ଓଡିଶା

odisha

ETV Bharat / state

ବଢୁଛି କୋରୋନା ସଂକ୍ରମଣ, SCB ରେ ୨୫ କୋଭିଡ ରୋଗୀ - କୋରୋନା ପଜେଟିଭ

ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ମଧ୍ୟରେ କଟକ ବଡ ମେଡିକାଲରେ ମଧ୍ୟ କୋଭିଡ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଇଛି ।

ସଚେତନ ରହିବାକୁ ପରାମର୍ଶ ଦେଲେ ଏସସିବି କର୍ତ୍ତୃପକ୍ଷ
ସଚେତନ ରହିବାକୁ ପରାମର୍ଶ ଦେଲେ ଏସସିବି କର୍ତ୍ତୃପକ୍ଷ

By

Published : Mar 24, 2021, 12:49 PM IST

କଟକ: ରାଜ୍ୟରେ ପୁଣିଥରେ କୋରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଦେଖାଯାଇଛି । ଯାହାଦ୍ବାରା ଏବେ ବଢୁଛି କୋଭିଡ ସଂକ୍ରମଣ। ଗତ ୧୫ ଦିନ ମଧ୍ୟରେ ଏସସିବି(SCB)ରେ କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖାଯାଇଛି ।

ସଚେତନ ରହିବାକୁ ପରାମର୍ଶ ଦେଲେ ଏସସିବି କର୍ତ୍ତୃପକ୍ଷ

ଏବେ ଏସସିବି କୋଭିଡ଼ ୱାର୍ଡରେ ୭୫ ଟି ବେଡ଼ ରହିଥିବାବେଳେ, ୨୫ ଜଣ କୋରୋନା ଆକ୍ରାନ୍ତ ରୋଗୀ ଚିକିତ୍ସିତ ହେଉଛନ୍ତି। ପୂର୍ବରୁ ପ୍ରତ୍ୟକ ଦିନ ୧୦ ରୁ କମ କୋଭିଡ଼ ଆକ୍ରାନ୍ତ ଚିକିତ୍ସିତ ହେଉଥିବାବେଳେ ଏବେ ଏହାର ସଂଖ୍ୟା ବଢିବାରେ ଲାଗିଛି।

ଆଗକୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହୁଥିବାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଏସସିବି କର୍ତ୍ତୃପକ୍ଷ। ତେବେ କୋଭିଡ ପଜେଟିଭ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଲେ, ବେଡ଼ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଏସସିବି ଜରୁରୀକାଳୀନ ଅଧିକାରୀ କହିଛନ୍ତି। ତେବେ ସମସ୍ତେ କୋରୋନାକୁ ପ୍ରତିହତ କରିବାକୁ ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details