ଓଡିଶା

odisha

ETV Bharat / state

ଲକଡାଉନ ନିୟମ ଉଲ୍ଲଂଘନ, ୨୪ ଘଣ୍ଟାରେ ୨୪୫ ମାମଲା ରୁଜୁ - 245 cases are filed for breaking lockdown rules

ଗତକାଲି(ଶୁକ୍ରବାର) ସକାଳୁ ଆଜି(ଶନିବାର) ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ 245 ଟି ମାମଲା ରୁଜୁ କରାଯାଇଛି। ଏହି 245 ଟି ମାମଲା ମଧ୍ୟରୁ 230 ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଂଘନ କରିବା ଅଭିଯୋଗ ରୁଜୁ ହୋଇଛି ।

breaking lockdown rules
ଲକଡାଉନ ନିୟମ ଉଲଂଘନ କରି ମାମଲା ରୁଜୁ

By

Published : Apr 4, 2020, 7:34 PM IST

କଟକ: ସାରା ଦେଶକୁ 21 ଦିନ ପାଇଁ ତାଲାବନ୍ଦ କରାଯାଇଛି । ଲକଡାଉନ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ 2786 ଟି ମାମଲା ରୁଜୁ କରାଯାଇଛି। ମାତ୍ର ଗତ 24 ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି(ଶୁକ୍ରବାର) ସକାଳୁ ଆଜି(ଶନିବାର) ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ 245 ଟି ମାମଲା ରୁଜୁ କରାଯାଇଛି। ଏହି 245 ଟି ମାମଲା ମଧ୍ୟରୁ 230 ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଂଘନ କରିବା ଅଭିଯୋଗ ରୁଜୁ ହୋଇଥିବାବେଳେ 3 ଟି ମାମଲା ହୋମ କ୍ବାରେଣ୍ଟାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓ 12ଟି ମାମଲା ଅନ୍ୟ ସମ୍ପର୍କିତ ନିୟମ ଉଲ୍ଲଂଘନ ନେଇ ମାମଲା ରୁଜୁ କରାଯାଇଥିବା ଏକ ପ୍ରେସ ରିଲିଜ ମାଧ୍ୟମରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details