ଓଡିଶା

odisha

ETV Bharat / state

ରାଜ୍ୟ ସରକାରଙ୍କ ଦଶହରା ନିର୍ଦ୍ଦେଶନାମା: ହାଇକୋର୍ଟ ଗଲେ ଆଉ ୨୨ ପୂଜା କମିଟି - ହାଇକୋର୍ଟ ଗଲେ ଆଉ ୨୨ ପୂଜା କମିଟି

ରାଜ୍ୟ ସରକାରଙ୍କ ଦଶହରା ନିର୍ଦ୍ଦେଶନାମାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଆଉ 22 ପୂଜା କମିଟି। ମଙ୍ଗଳବାର ହାଇକୋର୍ଟ ଏନେଇ କରିପାରନ୍ତି ଶୁଣାଣି । ଅଧିକ ପଢ଼ନ୍ତୁ...

22 more puja committee in high court, puja committee of cuttack, puja committee challenged state govts guidelines, guidelines regarding durga puja, ରାଜ୍ୟ ସରକାରଙ୍କ ଦଶହରା ନିର୍ଦେଶନାମା, ହାଇକୋର୍ଟ ଗଲେ ଆଉ ୨୨ ପୂଜା କମିଟି, କଟକ ପୂଜା କମିଟି
ରାଜ୍ୟ ସରକାରଙ୍କ ଦଶହରା ନିର୍ଦ୍ଦେଶନାମା: ହାଇକୋର୍ଟ ଗଲେ ଆଉ ୨୨ ପୂଜା କମିଟି

By

Published : Sep 14, 2020, 1:08 PM IST

କଟକ: ଦଶହରାକୁ ନେଇ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ବିରୋଧ କରି ହାଇକୋର୍ଟରେ ମାମଲା ବଢିବାରେ ଲାଗିଛି । ନିର୍ଦ୍ଦେଶନାମାର 3 ଓ 4 ନମ୍ବର ନିୟମକୁ ଚାଲେଞ୍ଜ କରି ସୋମବାର ପୁଣି 22ଟି ପୂଜା କମିଟି ହାଇକୋର୍ଟରେ ଇଣ୍ଟରଭେନର ପିଟିସନ ଦାଖଲ କରିଛନ୍ତି ।

7ଟି ସେଟରେ ଏହି ମାମଲା ଦାୟର କରାଯାଇଛି । ମୂର୍ତ୍ତି ନିର୍ମାଣରେ କଟକଣା ନ କରିବା ଓ ବିନା ଆବଦ୍ଧରେ ମଣ୍ଡପରେ ପୂଜା କରିବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି । ତେବେ ମଙ୍ଗଳବାର ଏହି ମାମଲାର ଶୁଣାଣି କରିପାରନ୍ତି ହାଇକୋର୍ଟ ।

ରାଜ୍ୟ ସରକାରଙ୍କ ଦଶହରା ନିର୍ଦ୍ଦେଶନାମା: ହାଇକୋର୍ଟ ଗଲେ ଆଉ ୨୨ ପୂଜା କମିଟି

ସୂଚନାଯୋଗ୍ୟ ଯେ ପୂର୍ବରୁ ବାଲୁବଜାର ପୂଜା କମିଟି ପକ୍ଷରୁ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ କରିଛି । ପୂଜା କମିଟିଙ୍କ କହିବା କଥା ଯେ ଶକ୍ତିମୟୀ ମା’ଙ୍କ ପୂଜାକୁ ଆବଦ୍ଧ କରାଯାଇ କରିବା ଅନୁଚିତ ବୋଲି, ଏହାଦ୍ବାରା ପରମ୍ପରା ଭଙ୍ଗ ହେବ। ସେହିପରି ମୂର୍ତ୍ତିର ଆକାର 4 ଫୁଟରୁ କମ କରାଗଲେ ମୂର୍ତ୍ତି ବିକୃତ ହେବ ବୋଲି କହିଛନ୍ତି ପୂଜା କମିଟି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details