କଟକ: ଜିଲ୍ଲାରେ ବୁଧବାର 21 ଜଣ କୋରୋନା ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ଏମାନଙ୍କ ଭିତରେ ମାହାଙ୍ଗାରୁ ସର୍ବାଧିକ 15 ଜଣ ରହିଛନ୍ତି । ସେହିପରି କଟକ ମହାନଗର ନିଗମରେ ୪ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏଥିରୁ ୨ ଜଣ ସରକାରୀ କ୍ବାରେଣ୍ଟାଇନରୁ ସ୍ପଷ୍ଟ ହୋଇଛନ୍ତି । ଜଣେ ହୋମ କ୍ବାରେଣ୍ଟାଇନରୁ ଏବଂ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ସିଡିଏ ସେକ୍ଟର ୬ ଅଞ୍ଚଳର । ସେହିପରି ସ୍ଥାନୀୟ ଆକ୍ରାନ୍ତ ଜଣକ ଓଡିଆ ବଜାର ଅଞ୍ଚଳର ବୋଲି ଜଣାପଡିଛି ।