ଓଡିଶା

odisha

ETV Bharat / state

2019 ସାଧାରଣ ନିର୍ବାଚନରେ ଯାଦବ ସଂଘର ବାଜିମାତ

2019 ସାଧାରଣ ନିର୍ବାଚନରେ ପ୍ରଥମକରି ଯାଦବ ସଂଘର 3 ଜଣ ପ୍ରାର୍ଥୀ ବିଧାନସଭାକୁ ଯାଉଛନ୍ତି । ଯାହାକୁ ନେଇ ଯାଦବ ଜାତି ପାଇଁ ଗୌରବର ବିଷୟ ।

By

Published : Jun 9, 2019, 5:16 PM IST

Updated : Jun 9, 2019, 5:21 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: 2019 ସାଧାରଣ ନିର୍ବାଚନରେ ଯାଦବ ସଂଘ ମାରିଲା ବାଜି । ପ୍ରଥମକରି ଯାଦବ ସଂଘର 3 ଜଣ ପ୍ରାର୍ଥୀ ବିଧାନସଭାକୁ ଯାଉଛନ୍ତି । ଯାହାକୁ ନେଇ ଯାଦବ ଜାତି ପାଇଁ ଗୌରବର ବିଷୟ । ଆଉ ଏହି ବିଜୟ ମଧ୍ୟ ଅନେକ ପ୍ରେରଣା ଯୋଗାଇଛି ବୋଲି କହିଛନ୍ତି ରାଜ୍ୟ ଯାଦବ ସଂଘ ସଭାପତି ଆର୍ଶିବାଦ ବେହେରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ବିଶେଷ କରି ଏହି ପାର୍ଥୀମାନେ ବିଜେଡିରୁ ହିଁ ଜିତାପଟ ଗ୍ରହଣ କରିଛନ୍ତି । ସାଲେପୁରର ପ୍ରଶାନ୍ତ ବେହେରା, ଯାଜପୁର ଜିଲା ବରି ନିର୍ବାଚନ ମଣ୍ଡଳୀର ସୁନନ୍ଦା ଦାସ ଓ କଳାହାଣ୍ଡିର ଧର୍ମଗଡ଼ ବିଧାୟକ ମହୋଷଧି ବାଗ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ । ଏହି ପରିପ୍ରେକ୍ଷୀରେ ଆଜି(ରବିବାର) ଯାଦବ ସଂଘ ପକ୍ଷରୁ ନବନିର୍ବାଚିତ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା ଦେଇଥିଲା ସଂଘ । ଏହାସହିତ ସଂଘର ଅନ୍ୟତମ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ଲମ୍ବୋଧର ନିଆଲ ଓ କଣ୍ଟାବାଞ୍ଝି ନିର୍ବାଚନ ମଣ୍ଡଳୀର ଲକ୍ଷ୍ମଣ ବାଗ ସ୍ବଳ୍ପ ଭୋଟରେ ପରାଜିତ ହୋଇ ମଧ୍ୟ ସମ୍ମାନିତ ହୋଇଥିଲେ ।

ସୂଚନା ମୁତାବକ, ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ପରିଶେଷରେ 2019 ନିର୍ବାଚନରେ ବିଜେଡି ହିଁ ବିଜୟ ଲାଭ କଲା । ଉଭୟ ବିଧାନସଭା ଓ ଲୋକସଭାରେ ସଂଖ୍ୟା ଗରିଷ୍ଟତା ହାସଲ କରି ରାଜ୍ୟରେ ପଞ୍ଚମଥର ପାଇଁ ସରକାର ମଧ୍ୟ ଗଢିଲା ବିଜୁ ଜନତା ଦଳ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jun 9, 2019, 5:21 PM IST

For All Latest Updates

ABOUT THE AUTHOR

...view details