କଟକ: ଆଠଗଡ ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ମୃତକଙ୍କ ପରିବାର ସଦସ୍ୟ ଡାକ୍ତରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୋଲିସ ମୃତକ ପରିବାରର 2 ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ରଞ୍ଜନ ଓ ତାଙ୍କ ସାଙ୍ଗମାନେ ଭୂବନେଶ୍ବର ଯାଉଥିବା ସମୟରେ ଆଠଗଡ ଡାଳଖାଇ ନିକଟରେ ରାସ୍ତା ଉପରେ ହଠାତ ହାତୀ ବାହାରି ପଡିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏଥିରେ ଦୁର୍ଘଟଣାରେ 3 ଜଣ ଆହତ ହୋଇ ଆଠଗଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଡାକ୍ତରଖାନାରେ ରଞ୍ଜନ ବିଶ୍ବାଳଙ୍କ ମୃତ୍ୟୁ ଘଟିଥିଲା ।