ନିଆଳି:ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ମା' କୁତାମଚଣ୍ତି ମନ୍ଦିରରୁ ଚୋରି ଘଟଣାରେ ନିଆଳି ପୋଲିସକୁ ସଫଳତା । 48 ଘଣ୍ଟା ମଧ୍ୟରେ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗତ 23 ତାରିଖରେ ଦୁର୍ବୃତ୍ତମାନେ ନିଆଳିର ପ୍ରସିଦ୍ଧି ମନ୍ଦିରର ଦାନବାକ୍ସ ଭାଙ୍ଗି ହଜାର ହଜାର ଟଙ୍କା ଲୁଟି ନେଇଥିଲେ । ମନ୍ଦିର ପକ୍ଷରୁ ପୋଲିସକୁ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ନିଆଳି ଥାନା ଗାୟାସାହି ସଞ୍ଜୟ ବେହେରା ଓ ତିହୁଡି ଗ୍ରାମର ଶିବ ରାଉତ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ମନ୍ଦିରର ପୂଜକ ଘନେଶ୍ବର ତିହିଡି କହିଛନ୍ତି,"କଟକ ଜିଲ୍ଲା ନିଆଳି ଅଞ୍ଚଳର ପ୍ରସିଦ୍ଧ ମା' କୁତାମଚଣ୍ତି ମନ୍ଦିର । ବର୍ଷକୁ ବାରମାସ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ମାନସିକଧାରୀମାନେ ନିଜ ମାନସିକ ପୂରଣ ହେବା ପରେ ଦାନ ବାକ୍ସରେ ଖୋଲା ହସ୍ତରେ ଟଙ୍କା ଦାନ କରିଥାନ୍ତି । କିନ୍ତୁ ଗତ ଦୁଇ ଦିନ ତଳେ ମନ୍ଦିରର ଦାନବାକ୍ସ ଭାଙ୍ଗି ଦୃବୁର୍ତ୍ତ ହୁଣ୍ଡିରେ ଥିବା ସମସ୍ତ ଟଙ୍କା ଲୁଟି ନେଇଥିଲେ । ଏହାକୁ ନେଇ ମନ୍ଦର ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଥିଲା । ଏହାପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି 2 ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ପାଇଁ ଆମେ ଦାବି କରୁଛୁ ।"
ହୁଣ୍ଡି ଲୁଟ୍ ଘଟଣାକୁ ନେଇ ଭକ୍ତଙ୍କ ଗହଣରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି । ଏହାକି ନେଇ ଭକ୍ତ ସତ୍ୟବ୍ରତ ମହାପାତ୍ର କହିଛନ୍ତି, "ମନ୍ଦିରର ଚୋରି ହେବା ଘଟଣା ଭକ୍ତ ଭାବବେଗକୁ କୁଠାରଘାତ କରିଛି । ଲୁଟେରାଙ୍କ ଫୋକସରେ ଦେବାଳୟ ରହିଥିବା ବେଳେ ସମସ୍ତ ମନ୍ଦିରକୁ ସ୍ବତନ୍ତ୍ର ସୁରକ୍ଷା ପ୍ରଦାନ କରିବା ସହ ଦୁର୍ବୃତ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।