ଓଡିଶା

odisha

ETV Bharat / state

ବାଲିଘାଟରୁ ଟେକି ନେଉଥିଲେ ଟ୍ରକଟ୍ରକ ବାଲି, ୪୮ ହଜାର ଗଣିଲେ ୨ ଗାଡି - କଟକ ଖବର

ନଦୀରୁ ଚୋରି ହେଉଛି ସରକାରୀ ବାଲି। ରାଜ୍ଯ ରାଜକୋଷକୁ ଲୁଟ କରୁଛନ୍ତି ବାଲି ମାଫିଆ। ଦୁଇ ଗାଡିରୁ ୪୮ ହଜାର ଟଙ୍କା ଜରିମାନା ଆଦାୟ କଲେ ତହସିଲଦାର । ଅଧିକ ପଢନ୍ତୁ...

ବାଲି ମାଫିଆ : ଦୁଇ ଗାଡିରୁ ୪୮ ହଜାର ଟଙ୍କା ଜରିମାନା ଆଦାୟ
ବାଲି ମାଫିଆ : ଦୁଇ ଗାଡିରୁ ୪୮ ହଜାର ଟଙ୍କା ଜରିମାନା ଆଦାୟ

By

Published : Nov 8, 2021, 4:36 PM IST

କଟକ: ନଦୀରୁ ଚୋରି ହେଉଛି ସରକାରୀ ବାଲି। ରାଜ୍ଯ ରାଜକୋଷକୁ ଲୁଟ କରୁଛନ୍ତି ବାଲି ମାଫିଆ। କଟକ ସହର ଉପକଣ୍ଠରେ ଚାଲିଛି ଅବାଧ ବାଲି ଚୋରି। ନିଆଳି ଓ କଣ୍ଟାପଡ଼ା ବ୍ଲକ ଦେଇ ପ୍ରଭାବିତ ହୋଇଛି ଦେବୀ, କନ୍ଦଳ ଓ ପ୍ରାଚୀ ନଦୀ। ନଦୀ ଗର୍ଭରୁ ଟ୍ରିପ ଟ୍ରିପ ସରକାରୀ ବାଲି ଚୋରି ହେଉଛି। ତା ପୁଣି ଅଭିନବ ଉପାୟରେ। ବାଲିଘାଟରେ ବିନା ପୁଣି ବିନା ଟେଣ୍ତରରେ । ସୂଚନା ଅନୁସାରେ ବାଲି ଚୋରା ଚାଲାଣ ନେଇ ହେଉଥିବା ଖବର ପାଇ ପୋଲିସ ଛକି ରହିଥିଲା ।

ଚାଲାଣ ହେଉଥିବା ସମୟରେ କଣ୍ଟାପଡ଼ା ତହସିଲଦାର ପାଟସୁନ୍ଦରପୁର ଛକରେ ଗୋଟିଏ ହାଇଓ୍ବା ଓ ଗୋଟିଏ ଟ୍ରାକ୍ଟରକୁ ଅଟକାଇଥିଲେ । ପରେ ସେମାନଙ୍କୁ ଓ୍ବାଇ ଫର୍ମର ମାଗିଥିଲେ। ଏମାନଙ୍କ ନିକଟରେ ଓ୍ବାଇ ଫର୍ମର ନଥିବାରୁ ଟ୍ରାକ୍ଟର ଠାରୁ ୧୫ ହଜାର ଓ ହାଇଓ୍ବା ଗାଡିରୁ ୩୩ ହଜାର ଜରିମାନା ଆଦାୟ କରିଛନ୍ତି ତହସିଲଦାର । ନିଆଳି, କଣ୍ଟାପଡ଼ା,ବାରଙ୍ଗ,କଟକ ସଦର, ବାଲିଅନ୍ତା ଓ ବାଲିପାଟଣା, ଅଞ୍ଚଳରେ ବିନା ଓ୍ବାଇ ଫର୍ମରରେ ଚାଲିଛି ଅବାଧ ସରକାରୀ ବାଲି ଚୋରା ଚାଲାଣ। ଫଳରେ ସରକାରୀ ରାଜକୋଷ ଦୁର୍ବଳ ହେଉଛି। ଏଥିପ୍ରତି କଟକ ଓ ଖୋର୍ଦ୍ଧା ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ABOUT THE AUTHOR

...view details