କଟକ: ଜିଲ୍ଲାର ଜଗତପୁର ଇପିକଲ୍ ଛକ ଉପରେ ବୁଧବାର ଦୁଇ ମଦୁଆଙ୍କ ଉନ୍ମୁକ୍ତ କାଣ୍ଡ ଦେଖିବାକୁ ମିଳିଛି । ରାଜ୍ୟରେ ଲକଡାଉନ ଜାରି ଥିବା ସମୟରେ ସେମାନେ ନିୟମ ଉଲ୍ଲଘଂନ କରି ବାହାରେ ବୁଲୁଥିବାର ନଜର ଆସିଛି । ପୋଲିସ ସେମାନଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।
କୋରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ସାରା ରାଜ୍ୟରେ 14 ଦିନିଆ ଲକଡାଉନ ଲାଗୁ କରିଛନ୍ତି । ଲକଡାଉନରେ ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ପ୍ରଶାସନ ମଧ୍ୟ ସମସ୍ତ ନିୟମକୁ କଡାକଡି ଭାବେ ଲାଗୁ କରୁଥିବା ବେଳେ ଜିଲ୍ଲାରେ 2 ଜଣ ନିଶାଶକ୍ତ ବ୍ୟକ୍ତିଙ୍କ ଉନ୍ମୁକ୍ତ କାଣ୍ଡ ଦେଖିବାକୁ ମିଳିଛି । କୋରୋନା କଟକଣାକୁ ବେଖାତିର କରି ଉକ୍ତ 2 ଜଣ ନିଶାସକ୍ତ ଅବସ୍ଥାରେ ନମ୍ବର ବିହୀନ କଳା ରଙ୍ଗର ପଲ୍ସର ଗାଡ଼ି ଧରି ପଇଁତରା ମାରୁଥିଲେ ।