କଟକ:ଦାଦାବଟି ମାଗିବା ପଡିଲା ଭାରୀ । ଡି ବ୍ରଦର୍ସ ନାଁରେ ଦାଦାବଟି । ବନ୍ଧା ହେଲେ ଦୁଇ ଅଭିଯୁକ୍ତ । ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କାର ଦାଦାବଟି ମାଗିବାରୁ ଏହି ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକର ଅତିରିକ୍ତ ଡିସିପି ଅନିଲ ମିଶ୍ର ।
ତେବେ ବିଭିନ୍ନ ସମୟରେ ଭୟ ଦେଖାଇ ଡି ବ୍ରଦର୍ସ ନାଁରେ ଦାଦାବଟି ମାଗୁଥିଲେ 2 ଯୁବକ । ଛତ୍ର ବଜାରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କାର ଦାଦାବଟି ମାଗି ବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ ମଣ୍ଟୁ ଓରଫ କମଳାକାନ୍ତ ବାରିକ ଓ ବାବୁ ଓରଫ ଦିଲ୍ଲୀପ କୁମାର ଦାସ । ତେବେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ ଘର ଜଗତସିଂହପୁରରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ଢେଙ୍କାନାଳ ବୋଲି ଜଣାପଡିଛି । ପୂର୍ବରୁ ସେମାନେ ଢେଙ୍କାନାଳର ଜଣେ ବ୍ୟକ୍ତିଙ୍କୁ ଧମକ ଦେବା ସହ ତାଙ୍କ ଠାରୁ 1 ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ । ସେମାନଙ୍କ ନିକଟରୁ ନଗଦ ୯୨ ହଜାର ଟଙ୍କା, ୫ଟି ମୋବାଇଲ ଫୋନ ସହ ଦୁଇଟି ବାଇକ ଜବତ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ରାଜଧାନୀରେ ଦାଦାବଟି ପାଇଁ ବାର ମ୍ୟାନେଜରଙ୍କୁ ଅପହରଣ, 2 ବାଉନସର ଗିରଫ