କଟକ: ଜିଲ୍ଲାରେ ଆଉ ୧୯ କୋରୋନା ପଜିଟିଭ ଚିହ୍ନଟ । ଜିଲ୍ଲାରେ ଚିହ୍ନଟ ହୋଇଥିବା ଅଧିକାଂଶ ପଜିଟିଭ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।
କଟକରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରବିବାର ଚିହ୍ନଟହୋଇଥିବା କୋରୋନା ପଜିଟିଭି ଗୁଡିକ ହେଲେ ଟାଙ୍ଗି,ଆଠଗଡ,କଣ୍ଟାପଡାରୁ ,କଟକ ସଦରରୁ ମୋଟ 4ଜଣ ଚିହ୍ନଟ ହୋଇଥିବାବେଳେ କଟକ ମହାନଗରରୁ ୧୨ ଜଣ,ଚୌଦ୍ବାରରୁ ଜଣେ ଓ ଏସସିବି ଆଇସଲେସନରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଅଧିକାଂଶ ପଜିଟିଭ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡିଛି ।