ଓଡିଶା

odisha

ETV Bharat / state

ଏସସିବି ଡେଙ୍ଗୁ ୱାର୍ଡରେ 19ଟି ରକ୍ତନମୁନା ପଜିଟିଭ - cuttack scb mediacl

ବଢୁଛି ଡେଙ୍ଗୁ ଆତଙ୍କ । କଟକ ଏସସିବିରେ ଗୁରୁବାର 19ଟି ରକ୍ତନମୁନା ପଜିଟିଭ ଥିବା ଜଣାପଡିଛି ।

ଏସସିବି ଡେଙ୍ଗୁ ୱାର୍ଡରେ 19 ଟି ରକ୍ତନମୁନା ପଜିଟିଭ

By

Published : Nov 14, 2019, 11:47 PM IST

କଟକ: ଦିନକୁ ଦିନ ବଢୁଛି ଡେଙ୍ଗୁ ଆତଙ୍କ । କଟକ ଏସସିବିରେ ବୁଧବାର ୬୭ ଜଣ ଡେଙ୍ଗୁରୋଗୀ ଚିକିତ୍ସିତ ହେଉଥିଲା ବେଳେ ଆଜି ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇ 70କୁ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୬ ଜଣ ଡେଙ୍ଗୁରୋଗୀ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଆଜି 73 ଟି ରକ୍ତନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ 19 ଟି ରକ୍ତନମୁନା ପଜିଟିଭ ଥିବା ଜଣାପଡିଛି ।

ଏସସିବି ଡେଙ୍ଗୁ ୱାର୍ଡରେ 19 ଟି ରକ୍ତନମୁନା ପଜିଟିଭ

ସେଥିରୁ ଭଦ୍ରକରେ ସର୍ବାଧିକ ୫ ଜଣ, କଟକରୁ ୩, ଯାଜପୁରରୁ ୪, କେନ୍ଦ୍ରାପଡା ଓ ଜଗତସିଂହପୁରରୁ ୨ ଜଣ, ଢେଙ୍କାନାଳ, ଖୋର୍ଦ୍ଧା ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଡେଙ୍ଗୁରୋଗୀ ଚିହ୍ନଟ କରାଯାଇଛି । କଟକରୁ ଯେଉଁ ୩ ଜଣ ଡେଙ୍ଗୁରୋଗୀ ଚିହ୍ନଟ କରାଯାଇଛି ସେଗୁଡିକ ପଦ୍ମପୁର, ଜଗତପୁର ଓ କାଠଗଡା ସାହିରୁ ଚିହ୍ନଟ କରାଯାଇଛି ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details