ଓଡିଶା

odisha

ETV Bharat / state

କଟକ ମହାନଗର ନିଗମରେ ୧୯୯ କୋରୋନା ପଜିଟିଭ ଚିହ୍ନଟ - Cuttack Municipal Corporation

ସିଲଭର ସିଟିକୁ କୋରୋନା କାଳ। କଟକ ମହାନଗର ନିଗମରେ ସୋମବାର ୧୯୯ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି। ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୭୭୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କଟକ ମହାନଗର ନିଗମରେ ୧୯୯ କୋରୋନା ପଜିଟିଭ ଚିହ୍ନଟ
କଟକ ମହାନଗର ନିଗମରେ ୧୯୯ କୋରୋନା ପଜିଟିଭ ଚିହ୍ନଟ

By

Published : Sep 14, 2020, 7:37 AM IST

କଟକ: ସିଲଭର ସିଟିକୁ କୋରୋନା କାଳ। କଟକ ମହାନଗର ନିଗମରେ ସୋମବାର ୧୯୯ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି। ସେଥିରୁ ୪୧ ଜଣ ହୋମକ୍ୱାରେଣ୍ଟାଇନ ରୁ ଚିହ୍ନଟ ହୋଇଥିବା ବେଳେ ୫୫ ଜଣ ଆନୁଷ୍ଠାନିକ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି।

୧୦୩ ଜଣ ସ୍ଥାନୀୟ ଆକ୍ରାନ୍ତ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୭୭୬୭ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୫୫୨୦ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଏହାସହ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୨୨୧୩ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

...view details