କଟକ: ପିକନିକରେ ପ୍ରସାଦ ଖାଇବା ପରେ 170ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ । କଟକ ଆଠଗଡ ବ୍ଲକ ଖୁଣ୍ଟୁଣୀ ଝାଜିଆ ଗ୍ରାମରେ ଥିବା ସରସ୍ବତୀ ଶିଶୁ ମନ୍ଦିରର ୧୭୦ ରୁ ଉର୍ଦ୍ଧ୍ବ ପିଲା ବୁଧବାର ଭୁବନେଶ୍ବର ପିକନିକ କରିବାକୁ ଯାଇଥିଲେ । ହେଲେ ସେଠାରୁ ଫେରିବା ପରେ ଅସୁସ୍ଥ ହୋଇପଡିଥିବା ଜଣାପଡିଛି ।
ବୁଧବାର ଭୁବନେଶ୍ବରରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲା ବୁଲି କରି ଭୁବନେଶ୍ବରରେ ଥିବା ଏକ ଶନି ମନ୍ଦିରରେ ପ୍ରସାଦ ସେବନ କରିଥିଲେ । ପରେ ବୁଲା ବୁଲି ସାରି ଘରକୁ ଫେରିଥିବା ବେଳେ ଆଜି ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଗୁରୁ ଓ ଗୁରୁମାଙ୍କୁ ମିଶାଇ ୧୭୦ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ।