କଟକ: ରାସ୍ତା ଉପରେ ଘୂରି ବୁଲୁଛନ୍ତି ଅଭ୍ୟାସଗତ ଅମାନିଆ । ଖୁଲମଖୁଲା ଭାବେ ସାମାଜିକ ଦୂରତ୍ବକୁ ବେଖାତିର କରୁଛନ୍ତି । ସେପଟେ କିନ୍ତୁ ଚାଲାଣ କାଟି କାଟି ନୟାନ୍ତ ପୋଲିସ । ହେଲେ ଏହି ଅଭ୍ୟାସଗତ ଅମାନିଆ ଗୋଟିଏ ଜିଦରେ ଅଟଳ, ଫାଇନ ଦେବୁ ପଛେ ରାସ୍ତାରେ ଚକ୍କର କାଟିବୁ ଆଉ ଭିଡ ସୃଷ୍ଟି କରିବୁ ।
ନିୟମକୁ ଆଖିଠାର, ସିଲଭରସିଟିରେ 24 ଘଣ୍ଟାରେ 167 ଜଣ ଗଣିଛନ୍ତି ତଣ୍ଡ
ଖୁଲମଖୁଲା ଭାବେ ସହରରେ ନିୟମକୁ ଭାଙ୍ଗୁଛନ୍ତି ଅଭ୍ୟାସଗତ ଅମାନିଆ । ଗତ 24 ଘଣ୍ଟା ମଧ୍ୟରେ କଟକର ବିଭିନ୍ନ ସ୍ଥାନରୁ ସାମାଜିକ ଦୂରତ୍ବ ଉଲ୍ଳଂଘନ କରି 88 ଜଣ ଓ ମାସ୍କ ନ ପିନ୍ଧି 79 ଜଣ ମୋଟ 167 ଜଣ ଗଣିଛନ୍ତି ତଣ୍ଡ ।
ନିୟମକୁ ଆଖିଠାର, ସିଲଭରସିଟିରେ 24 ଘଣ୍ଟାରେ 167 ଜଣ ଗଣିଛନ୍ତି ତଣ୍ଡ
ଏହି କ୍ରମରେ ଗତ 24 ଘଣ୍ଟା ମଧ୍ୟରେ କଟକର ବିଭିନ୍ନ ସ୍ଥାନରେ ସାମାଜିକ ଦୂରତ୍ବ ଉଲ୍ଲଂଘନ ଅଭିଯୋଗରେ 88 ଜଣଙ୍କ ଠାରୁ ଫାଇନ ଆଦାୟ କରିଛି ପୋଲିସ । ସେହିପରି ମାସ୍କ ନ ପିନ୍ଧିବା ଅଭିଯୋଗରେ 79 ଜଣ ଗଣିଛନ୍ତି ତଣ୍ଡ । ତେବେ ସହରରେ ଲକଡାଉନ କୋହଳ ପରେ ବି ସମାନ ଦୃଶ୍ୟ ନଜର ଆସୁଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ