କଟକ: ଦେଶରେ ଦିନିକୁ ଦିନ ବଢିଚାଲିଛି କୋରୋନା ଆକ୍ରାନ୍ତ ସଂଖ୍ୟା । ଏବେ ଓଡିଶାରେ ମଧ୍ୟ କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲଗିଛି । ହେଲେ ଏହି ରୋଗର ଏପର୍ଯ୍ୟନ୍ତ କୌଣସି ଟୀକା କିମ୍ବା ଆଣ୍ଟିବଡି ବାହାରି ନାହିଁ । ଏହାକୁ କେବଳ ସାମାଜିକ ଦୂରତା ମାଧ୍ୟମରେ ନିୟନ୍ତ୍ରଣ କରାଯାଇ ପାରିବ । ସେଥିଲାଗି ସରକାର ପକ୍ଷରୁ ଲକଡାଉନକୁ ଜାରି କରାଯାଇଛି । ହେଲେ ଏହି ଲକଡାଉନ ନିୟମକୁ ପାଳନ କରୁନାହାଁନ୍ତି କିଛି ଲୋକେ । ତାଲାବନ୍ଦ ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୬୧୮୮ ଟି ମାମଲା ରୁଜୁ କରାଯାଇଛି ।
ରାଜ୍ୟରେ ପାଳୁନାହାଁନ୍ତି ଲକଡାଉନ, ୨୪ ଘଣ୍ଟାରେ ୧୮ ଟି ମାମଲା ରୁଜୁ - 16 cases of lock down violations
ଲକଡାଉନ ନିୟମକୁ ପାଳନ କରୁନାହାଁନ୍ତି କିଛି ଲୋକେ । ତାଲାବନ୍ଦ ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୬୧୮୮ ଟି ମାମଲା ରୁଜୁ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଗତ ମାର୍ଚ୍ଚ ୨୪ ତାରିଖଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମଙ୍ଗଳବାର ସକାଳୁ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୧୮ ଟି ମାମଲା ରୁଜୁ କରାଯାଇଛି । ଏହି ୧୮ ଟି ମାମଲା ମଧ୍ୟରୁ ୧୫ ଟି ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ରୁଜୁ ହୋଇଥିବା ବେଳେ ଗୋଟିଏ ମାମଲା ହୋମ କ୍ବାରେଣ୍ଟାଇନ ଉଲଙ୍ଘନ କରିବା ଅଭିଯୋଗରେ ହୋଇଛି । ସେହିପରି ୨ ଟି ମାମଲା ଅନ୍ୟାନ୍ୟ ପାଇଁ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ