କଟକ: ଧିରେ ଧିରେ ସିଲଭରସିଟିରେ କାବୁ ହେବାରେ ଲାଗିଛି କୋରୋନା ସଂକ୍ରମଣ । କଟକ ମହାନଗର ନିଗମରେ ଆଜି(ରବିବାର)୧୪୭ କୋରୋନା ପଜେଟିଭ ଚିହ୍ନଟ କରାଯାଇଛି। ସେଥିରୁ ୩୮ ଜଣ ହୋମକ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ ଶିକ୍ଷାନୁଷ୍ଠାନ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ଏହାସହ ୬୬ ଜଣ ସ୍ଥାନୀୟ ଆକ୍ରାନ୍ତ କୋଭିଡ ପଜେଟିଭ ଚିହ୍ନଟ ହୋଇଛନ୍ତି।
କଟକରେ କାବୁ ହେଉଛି କୋରୋନା, ଆଜି ସହରରେ ୧୪୭ ପଜେଟିଭ, ୬୬ ଲୋକାଲ କେସ - କଟକ ମହାନଗର ନିଗମ
କଟକ ମହାନଗର ନିଗମରେ ଆଜି(ରବିବାର)୧୪୭ କୋରୋନା ପଜେଟିଭ ଚିହ୍ନଟ କରାଯାଇଛି। ସେଥିରୁ ୩୮ ଜଣ ହୋମକ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ ଶିକ୍ଷାନୁଷ୍ଠାନ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି।
![କଟକରେ କାବୁ ହେଉଛି କୋରୋନା, ଆଜି ସହରରେ ୧୪୭ ପଜେଟିଭ, ୬୬ ଲୋକାଲ କେସ cuttack corona](https://etvbharatimages.akamaized.net/etvbharat/prod-images/768-512-9050533-thumbnail-3x2-csk.jpg)
କଟକରେ କୋରୋନା
ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୨ ହଜାର ୭୨୪ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲାବେଳେ ୧୦ ହଜାର ୫୬୩ ଜଣ ସୁସ୍ଥ ହୋଇ ଫେରିଛନ୍ତି। ୫୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୨୧୦୭ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି। କଟକ ମହାନଗର ନିଗମରେ ରବିବାର ୩ ଜଣଙ୍କ ମୃତ୍ୟୁ ଘଟିଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ