ଓଡିଶା

odisha

ଲକଡାଉନ ଉଲ୍ଲଙ୍ଘନ ଅଭିଯୋଗ: 24 ଘଣ୍ଟାରେ 14 ମାମଲା

ତାଲାବନ୍ଦ ନିୟମକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ ରାଜ୍ୟର ବିଭିନ୍ନ ଥାନାରେ ମୋଟ ୬୮୪୦ଟି ମାମଲା ରୁଜୁ ହୋଇଛି । ଗତ ମାର୍ଚ୍ଚ ୨୪ ତାରିଖଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଛି । ଅଧିକ ପଢନ୍ତୁ...

By

Published : Jul 11, 2020, 7:36 PM IST

Published : Jul 11, 2020, 7:36 PM IST

ଲକଡାଉନ ଉଲ୍ଲଙ୍ଘନ ଅଭିଯୋଗ: 24 ଘଣ୍ଟାରେ 14 ମାମଲା ରୁଜୁ
ଲକଡାଉନ ଉଲ୍ଲଙ୍ଘନ ଅଭିଯୋଗ: 24 ଘଣ୍ଟାରେ 14 ମାମଲା ରୁଜୁ

କଟକ: ରାଜ୍ୟରେ କୋରୋନା ସ୍ଥିତି ସାଙ୍ଘାତିକ ହେଲାଣି । ତଥାପି ଲୋକେ ସୁଧୁରୁନାହାନ୍ତି । କଟକଣା ସତ୍ତ୍ବେ କିଛି ଲୋକ ନିୟମ ଭାଙ୍ଗିବାରେ ଲାଗିଛନ୍ତି । ପୋଲିସ ସୂଚନାନୁସାରେ ଗତ 24 ଘଣ୍ଟାରେ ଲକଡାଉନ ଉଲ୍ଲଙ୍ଘନ ଅଭିଯୋଗରେ 14ଟି ମାମଲା ରୁଜୁ ହୋଇଛି ।

ପୋଲିସ ମୁଖ୍ୟାଳୟ ପକ୍ଷରୁ ଏହି ରିପୋର୍ଟ ଦିଆଯାଇଛି । ତାଲାବନ୍ଦ ନିୟମକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ ରାଜ୍ୟର ବିଭିନ୍ନ ଥାନାରେ ମୋଟ ୬୮୪୦ଟି ମାମଲା ରୁଜୁ ହୋଇଛି । ଗତ ମାର୍ଚ୍ଚ ୨୪ ତାରିଖଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଛି ।

ଶୁକ୍ରବାର ସକାଳୁ ଶନିବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୧୪ଟି ମାମଲା ରୁଜୁ ହୋଇଛି । ଏହି ୧୪ଟି ମାମଲା ମଧ୍ୟରୁ ୧୨ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ରୁଜୁ କରାଯାଇଛି । ଗୋଟିଏ ମାମଲା ହୋମ କ୍ବାରେଣ୍ଟାଇନ ଉଲ୍ଲଙ୍ଘନ ଅଭିଯୋଗ ଏବଂ ଆଉ ଗୋଟିଏ ଅନ୍ୟାନ୍ୟ ମାମଲା ପାଇଁ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details