କଟକ:ବଡ଼ମ୍ବା ଟି ବ୍ରିଜ ଉପରେ ଦଳାଚକଟା । ସିଂହନାଥ ପୀଠକୁ ଯିବା ସମୟରେ ଦଳାଚକଟା । ମହାନଦୀ ସେତୁରୁ ସିଂହନାଥ ପୀଠକୁ ସଂଯୋଗ କରେ ଟି-ବ୍ରିଜ୍ । ମକର ସଂକ୍ରାନ୍ତି ପାଇଁ ସିଂହନାଥ ପୀଠରେ ହୋଇଥିଲା ପ୍ରବଳ ଭିଡ଼। ଏହି ଦଳାଚକଟାରେ ୨୦ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ୫ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା । କଟକ ବଡ଼ମ୍ବା ସିଂହନାଥ ପୀଠରେ ଏଭଳି ଅଭାବନୀୟ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଏହି ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ଏହି ଘଟଣାରେ ଗୁରୁତରଙ୍କୁ କଟକ SCB ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ଏସିବି ଜରୁରୀକାଳୀନ ଅଧିକାରୀ ଭବନାନନ୍ଦ ମହାରଣା କହିଛନ୍ତି, " ଚିକିତ୍ସା ପାଇଁ ଏସସିବି ସମ୍ପୂର୍ଣ୍ଣ ପ୍ରସ୍ତୁତ। ସର୍ଜରୀ, ଅର୍ଥପେଡିକ ଓ ନ୍ୟୁରୋସର୍ଜରୀ ବିଭାଗ ଆଲର୍ଟ ଅଛନ୍ତି। ଅତ୍ୟନ୍ତ ଗୁରୁତରଙ୍କ ପାଇଁ ଆଇସିୟୁ ବେଡ୍ ପ୍ରସ୍ତୁତ ରଖାଯାଇଛି। ଗୁରୁତର ହସ୍ପିଟାଲରେ ପହଞ୍ଚିବା ପରେ ସେମାନଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବ । ଏହାପରେ ସେମାନଙ୍କ ସ୍ଥିତି ଦେଖି ସେମାନଙ୍କୁ ବିଭିନ୍ନ ବିଭାଗକୁ ପଠାଯିବ" ବୋଲି କହିଛନ୍ତି ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।
ଏହା ବି ପଢନ୍ତୁ- T-Bridge Stampede: ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ୫ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା