ଓଡିଶା

odisha

ETV Bharat / state

ବ୍ୟବସ୍ଥାକୁ କଟାକ୍ଷ ! ମୃତ୍ୟୁର 11 ବର୍ଷ ପରେ ସମ୍ପର୍କୀୟ ପାଇବେ ପେନସନ୍

ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁର 11 ବର୍ଷ ପରେ ସମ୍ପର୍କୀୟ ପାଇବେ 20 ବର୍ଷର ପେନସେନ୍ । ହାଇକୋର୍ଟ ଶୁଣାଇଲେ ନିଷ୍ପତ୍ତି । ଅଧିକ ପଢନ୍ତୁ...

ବ୍ୟବସ୍ଥାକୁ କଟାକ୍ଷ: ମୃତ୍ୟୁର 11 ବର୍ଷ ପରେ ସମ୍ପର୍କୀୟ ପାଇବେ ପେନସନ୍
ବ୍ୟବସ୍ଥାକୁ କଟାକ୍ଷ: ମୃତ୍ୟୁର 11 ବର୍ଷ ପରେ ସମ୍ପର୍କୀୟ ପାଇବେ ପେନସନ୍

By

Published : Jul 29, 2021, 12:24 PM IST

ଭୁବନେଶ୍ବର: 20 ବର୍ଷର ମିଳିବ ପ୍ରାପ୍ୟ । ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁର 11 ବର୍ଷ ପରେ ସମ୍ପର୍କୀୟ ପାଇବେ 20 ବର୍ଷର ପେନସେନ୍ । ହାଇକୋର୍ଟ ମାମଲାର ଶୁଣାଣି କରି ତୁରନ୍ତ ଦିବଂଗତ ଶିକ୍ଷକଙ୍କ ସମ୍ପର୍କୀୟଙ୍କୁ ଅବସର ସମୟର ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ସହ ଏଥିପାଇଁ ଦାୟିତ୍ବରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ମୃତ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତିଙ୍କ 83 ବର୍ଷିୟା ପତ୍ନୀ ଅବସରପ୍ରାପ୍ତ ଟଙ୍କା ପାଇଁ ଲଢି ଆସୁଥିଲେ । ସୂଚନା ଅନୁଯାୟୀ 2010 ମସିହାରେ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତିଙ୍କ ଦେହାନ୍ତ ଘଟିଥିଲା । ଜୁଲାଇ 23 ରେ ଜାରି କରାଯାଇଥିବା ଆଦେଶରେ ଓଡ଼ିଶା ହାଇକୋର୍ଟ ତାଙ୍କ ପତ୍ନୀ ତଥା ଆଇନଗତ ଉତ୍ତରାଧିକାରୀ ମୀନାଲତା ମହାନ୍ତିଙ୍କୁ ପେନ୍‌ସନ୍‌ ଏବଂ ସମସ୍ତ ସୁବିଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଦାଲତ ଅନୁଯାୟୀ, ଶିକ୍ଷକ ମହାନ୍ତି 1999 ମସିହାରେ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ ଯେଉଁଥିରେ ସେ ବଞ୍ଚିଥିବା ସମୟରେ ଆଗୁଆ ପେନସନ୍ ପାଇଁ ଆବେଦନ କରିଥିଲେ ।

ନଭେମ୍ବର 11, 2004 ରେ ଏକ ଡିଭିଜନ୍ ବେଞ୍ଚ ତାଙ୍କ ସପକ୍ଷରେ ରାୟ ଦେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ 15 ବର୍ଷ ସେବା ସମାପ୍ତ କରିଥିବାରୁ ଶିକ୍ଷକ ସପକ୍ଷରେ ଅଗ୍ରୀମ ବେତନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର 2008 ମସିହାରେ ଚାରି ବର୍ଷର ବ୍ୟବଧାନ ପରେ ସୁପ୍ରିମକୋର୍ଟରେ ଏହି ନିଷ୍ପତ୍ତିକୁ ଓଡିଶା ଗଣଶିକ୍ଷା ବିଭାଗ ଚ୍ୟାଲେଞ୍ଜ କରିଥିଲା । ସର୍ବୋଚ୍ଚ ନ୍ୟାୟାଳୟ ଅଗଷ୍ଟ 2018 ରେ ଏହି ଆବେଦନକୁ ଖାରଜ କରିଦେଇଥିଲେ ।

ଏହି ସୁବିଧା ଶିକ୍ଷକଙ୍କ ଆଇନଗତ ଉତ୍ତରାଧିକାରୀଙ୍କୁ ଦିଆଯାଇ ନ ଥିବାରୁ ତାଙ୍କ ପତ୍ନୀ ପୁନର୍ବାର ହାଇକୋର୍ଟରେ ଆବେଦନ କରିଥିଲେ । ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, 'ମୃତ ଶିକ୍ଷକଙ୍କ ପତ୍ନୀ ମୀନାଲତା ତାଙ୍କ ଅଧିକାରରୁ ବଞ୍ଚିତ ହେବା ଉଚିତ୍ ନୁହେଁ । ଅନନ୍ତପକ୍ଷେ 83 ବର୍ଷ ବୟସରେ ପାଦ ଥାପିଥିବା ବୃଦ୍ଧା ମହିଳା ଜୀବନର ବାକି ସମୟ ଶାନ୍ତିରେ ଅତିବାହିତ କରନ୍ତୁ ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details