କଟକ/ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ନେଇ ଏନଡିଆରଏଫ ଟିମ ପ୍ରସ୍ତୁତ । ଆଜି(ରବିବାର) 11ଟି ଏନଡିଆରଏଫ୍ ଟିମ ପ୍ରଭାବିତ 4ଟି ଜିଲ୍ଲାକୁ ଗସ୍ତ କରିଛନ୍ତି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାରେ ଅମ୍ଫାନର ବେଶ୍ ପ୍ରଭାବ ରହିବ ।
ସୂଚନାନୁସାରେ, କେନ୍ଦ୍ରାପଡା ୨ଟି ଟିମରେ ୪୧ ଜଣ, ଜଗତସିଂହପୁରରେ ଗୋଟିଏ ଟିମ୍ରେ ୨୧ ଜଣ, ପୁରୀକୁ ଗୋଟିଏ ଟିମରେ ୨୧ ଜଣ, ଯାଜପୁରକୁ ଗୋଟିଏ ଟିମରେ ୧୮ ଜଣ, ଭଦ୍ରକକୁ ୨ଟି ଟିମରେ ୪୨ଜଣ, ବାଲେଶ୍ବରକୁ ୨ଟି ଟିମରେ ୩୯ଜଣ, ମୟୂରଭଞ୍ଜକୁ ଗୋଟିଏ ଟିମରେ ୨୦ଜଣ ବିଭିନ୍ନ ବାତ୍ୟା ମୁକାବିଲା ସଂରଞ୍ଜାମ ନେଇ ବାହାରିଛନ୍ତି ।