ଓଡିଶା

odisha

By ETV Bharat Odisha Team

Published : Oct 14, 2023, 8:37 PM IST

ETV Bharat / state

ରେଭେନ୍ସାରେ ଉଡିଲା 108 ଫୁଟ ତ୍ରିରଙ୍ଗା

ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ 108 ଫୁଟ ଲମ୍ବା ଜାତୀୟ ପତାକା । ବିଶିଷ୍ଟ ଶିଳ୍ପପତି ତଥା ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆର ଅଧକ୍ଷ ନବୀନ ଜିନ୍ଦଲ ଏହାକୁ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

ରେଭେନ୍ସାରେ ଉଡିଲା 108 ଫୁଟ ତ୍ରିରଙ୍ଗା, ଉଦଘାଟନ କଲେ ନବୀନ ଜିନ୍ଦଲ
ରେଭେନ୍ସାରେ ଉଡିଲା 108 ଫୁଟ ତ୍ରିରଙ୍ଗା, ଉଦଘାଟନ କଲେ ନବୀନ ଜିନ୍ଦଲ

ରେଭେନ୍ସାରେ ଉଡିଲା 108 ଫୁଟ ତ୍ରିରଙ୍ଗା, ଉଦଘାଟନ କଲେ ନବୀନ ଜିନ୍ଦଲ

କଟକ:ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ 108ଫୁଟ ଲମ୍ବା ଜାତୀୟ ପତାକାର ଏକ ସ୍ଥାପନ କରାଯାଇଛି । ବିଶିଷ୍ଟ ଶିଳ୍ପପତି ତଥା ମନୋମେଣ୍ଟାଲ ଫ୍ଲାଗ୍ସ ବା ଫ୍ଲଗ ଫାଉଣ୍ଡେସନ ଅଫ ଇଣ୍ଡିଆର ଅଧକ୍ଷ ନବୀନ ଜିନ୍ଦଲ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ରେଭେନ୍ସା ସେଭେନ ପିଲର ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବୀନ ଜିନ୍ଦଲ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଧାୟକ ସୌଭିକ ବିଶ୍ୱାଳ, ସିଏମସି ମେୟର ସୁବାଷ ସିଂ, କମିଶନର ନିଖିଳ ପୱନ କଲ୍ୟାଣ ପ୍ରମୁଖ ଯୋଗ ଦେଇଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି, କୂଳସଚିବ, ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ଫ୍ଲଗ ଫାଉଣ୍ଡେସନ ଅଫ ଇଣ୍ଡିଆର ଅଧକ୍ଷ ନବୀନ ଜିନ୍ଦଲ ପ୍ରତ୍ୟେକ ଦିନ ଜାତୀୟ ପତାକା ଉଡେଇବାକୁ ନେଇ ଉଚ୍ଚତମ ନ୍ୟାୟାଳୟରେ ନ୍ୟାୟିକ ଆବେଦନ କରିଥିଲେ । ଯେଉଁଥିରେ ସେ ବିଜୟ ହୋଇଥିଲେ । ସେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶବ୍ୟାପି 100ରୁ ଊର୍ଦ୍ଧ୍ୱ ବୃହତ ଭାରତୀୟ ଜାତୀୟ ପତାକାର ଲୋକାର୍ପିତ କରିଛନ୍ତି । ତେବେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପତାକା ଉତ୍ତୋଳନ କରିବା ସହ ଓଡିଶା ଓ କଟକର ଐତିହାସିକ ଗାରିମାକୁ ସାଧୁବାଦ ଜଣାଇଛନ୍ତି ନବୀନ ଜିନ୍ଦଲ ।

ଏହା ମଧ୍ୟ ପଢନ୍ତୁ... National Flag Hoisting Rules: ଜାଣନ୍ତୁ ତ୍ରିରଙ୍ଗାର ମାହାତ୍ମ୍ୟ ଓ ବ୍ୟବହାର ସମ୍ବନ୍ଧୀୟ ନିୟମ

ନବୀନ ଜିନ୍ଦଲ କହିଛନ୍ତି,"ଏହି ବିଶ୍ୱବିଦ୍ୟାଳୟରୁ ଓଡିଶାର ଅନେକ ସଂଗ୍ରାମୀଙ୍କୁ ଜନ୍ମ ଦେଇଛି । ଏହାସହ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଠାରୁ ଆନେ ବଡ ବଡ ପଦାଧିକାରୀ ଦେଇଛି । ଅନେକ ଦେଶ ବୁଲିଛି ବିଶ୍ୱବିଦ୍ୟାଳୟ ମଧ୍ୟ ବିଲିଛି କିନ୍ତୁ ରେଭେନ୍ସା ସବୁଠୁ ନିଆରା । ଯେଉଁଦିନ ସୁବାଷ ବୋଷଙ୍କ ଜନ୍ମ ସେହିଦିନ ସୁପ୍ରିମକୋର୍ଟର ଏକ ବଡ଼ ରାୟ ଆସିଥିଲା । ପ୍ରତିବର୍ଷ ଜାନୁଆରୀ 23କୁ ପତାକା ଦିବସ ଭାବରେ ପାଳନ କରନ୍ତୁ । ରେଭେନ୍ସା ବିଶ୍ୱବିଦ୍ୟାଳୟ ସହ ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର ଯଦି ମିଶ୍ରଣ ଘଟେ ତେବେ ହୁଏତ ଆହୁରି କିଛି ନୂଆ ସମ୍ଭାବନା ସୃଷ୍ଟି ହୋଇପାରେ । "

ସେ ଆହୁରି ମଧ୍ୟ କହିଛନ୍ତି," 1993 ରୁ 2004ରେ ଆସିଥିଲା ସେହି ଐତିହାସିକ ରାୟ । 1990ରୁ ଯେବେ ପଢିବାକୁ ଯାଇଥଲି , ସେତେବେଳେ ଆମେରିକାରେ ସମସ୍ତେ ତାଙ୍କ ଦେଶର ପତାକା ପଦର୍ଶନ କରୁଥିଲେ । କିନ୍ତୁ ମତେ ଜଣେ ଆମେରିକାର ସାଙ୍ଗ ସେ ମତେ ଭାରତୀୟ ପତାକା ଦେଇଥିଲେ । ଏହିଠାରୁ ମତେ ମିଳିଥିଲା ଅନେକ ପ୍ରେରଣା । 23 ଜାନୁଆରୀ 2004 ରେ ତ୍ରିରଙ୍ଗା ସବୁବେଳେ ଉଡେ ହେବ ବୋଲି ରାୟ ଆସିଥିଲା । ସେବେଠୁ ତ୍ରିରଙ୍ଗା ଉଡେଇବା ପାଇଁ ମୋର ଏକ ପ୍ରୟାସ ଆରମ୍ଭ କରିଛି ।"

ଇଟିଭି ଭାରତ,କଟକ

ABOUT THE AUTHOR

...view details