ଓଡିଶା

odisha

ETV Bharat / state

ଗାନ୍ଧୀଙ୍କ ଓଡିଶା ଆଗମନକୁ ପୂରିଲା 101 ବର୍ଷ - ଗାନ୍ଧୀଙ୍କ ଓଡିଶା ଗସ୍ତକୁ ପୁରିଛି 101 ବର୍ଷ

ଗାନ୍ଧୀଙ୍କ ଓଡିଶା ଗସ୍ତକୁ ପୁରିଛି 101 ବର୍ଷ । ଏହି ଉପଲକ୍ଷେ କଟକ ବେଲଭ୍ୟୁ ଛକ ନିକଟରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବାପୁଙ୍କ ସ୍ମୃତି ଚାରଣ କରିଥିଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ଅଧିକ ପଢନ୍ତୁ

ଗାନ୍ଧୀଙ୍କ ଓଡିଶା ଗସ୍ତକୁ ପୁରିଲା 101 ବର୍ଷ
ଗାନ୍ଧୀଙ୍କ ଓଡିଶା ଗସ୍ତକୁ ପୁରିଲା 101 ବର୍ଷ

By

Published : Mar 24, 2022, 6:33 AM IST

କଟକ: ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଓଡିଶା ଗସ୍ତକୁ ପୂରିଛି 101 ବର୍ଷ । ଠିକ ଆଜିର ଦିନରେ ଓଡିଶାରେ ପହଞ୍ଚିଥିଲେ ବାପୁ ଓ ପରିବାର। କଟକ ରେଳ ଷ୍ଟେସନରେ ପହଞ୍ଚିବାପରେ ତାଙ୍କୁ କଟକ ବାସୀ କରିଥିଲେ ଭବ୍ୟ ସ୍ୱାଗତ । ଏହାପରେ ସ୍ୱରାଜ ଆଶ୍ରମରେ ହୋଇଥିଲା ଏକ ରାଜ୍ୟ ସ୍ତରୀୟ ବୈଠକ ।

ଗାନ୍ଧୀଙ୍କ ଓଡିଶା ଗସ୍ତକୁ ପୁରିଲା 101 ବର୍ଷ

ଦେଶକୁ ସ୍ୱାଧୀନ କରିବା ପାଇଁ ବସିଥିବା ଏହି ବୈଠକରେ ରାଜ୍ୟର କୋଣ ଅନୁକୋଣରୁ ଛୁଟିଥଲା ଜନ ସମୁଦ୍ର। ଗାନ୍ଧୀଙ୍କ ଓଡିଶା ପ୍ରତି ଥିବା ଅଜସ୍ର ଭଲ ପାଇବା ହିଁ ଏହି ବୈଠକରେ ସ୍ପଷ୍ଟ ହୋଇଯାଇଥିଲା । ତେବେ ଏହାରି ଭିତରେ ଗାନ୍ଧୀଙ୍କ ଓଡିଶା ଗସ୍ତକୁ ପୁରିଛି ଶହେତମ ବର୍ଷ । ଏହି ଉପଲକ୍ଷେ କଟକ ବେଲଭ୍ୟୁ ଛକ ନିକଟରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବାପୁଙ୍କ ସ୍ମୃତି ଚାରଣ କରିଥିଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ଏହାସହ ସ୍ୱରାଜ ଆଶ୍ରମରେ ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ସତବାର୍ଷିକ ଉତ୍ସବ ଉଦଯାପିତ ହୋଇଛି। ଏହି ଉତ୍ସବରେ ଜଷ୍ଟିସ ମନୋରଂଜନ ମହାନ୍ତି , ଜିଲାପାଳ ଭବାନୀ ଶଙ୍କର ଚୟିନୀ , ଓ ଅନେକ ଗାନ୍ଧିବାଦୀ ଯୋଗଦେଇଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details