କଟକ: ପ୍ରବାସୀ ଓଡିଆ ଫେରନ୍ତାଙ୍କ ସ୍ବାବ ଟେଷ୍ଟ କରାଯିବ । ଏଥିପାଇଁ କଟକ ଏସସିବିରେ ଦିନକୁ 1 ହଜାର ସ୍ବାବ ଟେଷ୍ଟ କରାଯିବ ନେଇ ସୂଚନା ମିଳିଛି । ଏସସିବିରେ ଆରମ୍ଭରୁ ଦିନକୁ ୫ ରୁ ୧୦ଟି ନମୁନା ପରୀକ୍ଷା କରାଯାଉଥିଲା। ଏବେ ଏହି ସଂଖ୍ୟା ୫ ଶହ ଅତିକ୍ରମ କରିଛି।
ଲକଡାଉନ ଉଠିବା ପରେ ବାହାର ରାଜ୍ୟରେ ଥିବା ଶ୍ରମିକମାନେ ଘରକୁ ଫେରିବେ। ସେମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ଶ୍ରମିକ ମାନେ ଫେରିବାପରେ ସେମାନଙ୍କର ସ୍ବାବ ପରୀକ୍ଷା ଆବଶ୍ୟକ ପଡିପାରେ। ତେଣୁ ଏସସିବିରେ ସ୍ବାବ ପରୀକ୍ଷା ହାର ବଢାଇବା ପାଇଁ ସରକାର ଯୋଜନା କରୁଥିବା ସୂଚନା ମିଳିଛି।