ଓଡିଶା

odisha

ETV Bharat / state

ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ 100 ବର୍ଷ - ଆଜି ଓଡିଶା ଆସିଥିଲେ ମହାତ୍ମା

ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ 100 ବର୍ଷ
ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ 100 ବର୍ଷ

By

Published : Mar 23, 2021, 1:09 PM IST

Updated : Mar 23, 2021, 1:55 PM IST

13:50 March 23

ଗାନ୍ଧିଜୀଙ୍କ ଓଡିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ଢେଙ୍କାନାଳ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଗାନ୍ଧିଜୀଙ୍କ ଓଡିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ଢେଙ୍କାନାଳ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ: ଆଜିର ଦିନରେ ଜାତିର ପିତା ମହାତ୍ମାଗାନ୍ଧୀ ଓଡିଶା ଆସିଥିଲେ । ଫଳରେ ଗାନ୍ଧିଜୀଙ୍କ ଓଡିଶା ଅଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ଆଜି ଢେଙ୍କାନାଲ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଢେଙ୍କାନାଳ ସହରର ବସ ଷ୍ଟାଣ୍ଡ ନିକଟରେ ଥିବା ଗାନ୍ଧୀ ପାର୍କ ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ମାଲ୍ୟାର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିଡ଼ି ଡିଆରଡିଏ ନରୋତ୍ତମ ବେହେରା, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୀତାଶୁ ଶେଖର ଦାସ ଓ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଅମରେନ୍ଦ୍ର ଦାସ ପ୍ରମୁଖ ଏହି ସାମିଲ ଥିଲେ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

13:48 March 23

ଗାନ୍ଧୀ ଦର୍ଶନ କରିଥିବା ଶତାୟୁ ସ୍ବାଧୀନତା ସଂଗ୍ରାମୀଙ୍କ ଅନୁଭୂତି

ଗାନ୍ଧୀ ଦର୍ଶନ କରିଥିବା ଶତାୟୁ ସ୍ବାଧୀନତା ସଂଗ୍ରାମୀଙ୍କ ଅନୁଭୂତି

ବୌଦ୍ଧ: ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ଆଜି ଶହେ ବର୍ଷ ପୂର୍ତ୍ତି ହୋଇଛି ।ଏହି ଅବସରରେ ଗାନ୍ଧିଜୀ ପଦାର୍ପଣ କରିଥିବା ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆଜି ସକାଳୁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଗାନ୍ଧୀ ଛକଠାରେ ପହଞ୍ଚି ଜାତିର ପିତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଗାନ୍ଧିଜୀଙ୍କ ଦର୍ଶନ କରିବା ସହ ବୌଦ୍ଧ ଗଡଜାତ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ଶତାୟୁ ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ର ଇଟିଭି ଭାରତ ସହିତ ତାଙ୍କର ଗାନ୍ଧୀ ଦର୍ଶନ ସ୍ମୃତିକୁ ବର୍ଣ୍ଣନା କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

13:20 March 23

ମନେ ପଡନ୍ତି ଗାନ୍ଧୀ

ମନେ ପଡନ୍ତି ଗାନ୍ଧୀ

ଭୁବନେଶ୍ବର: ରାଜ୍ୟ ସଂଗ୍ରହାଳୟରେ ଏବେ ବାଜିବ ରାମ ଧୁନ। ଗାନ୍ଧୀଙ୍କ ୧୦୦ ବର୍ଷ ଓଡିଶା ଆଗମନରେ ଆଜି ରାଜ୍ୟ ସଂଗ୍ରହାଳୟ ପ୍ରଣାମ ବାବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହା ସହ ମିୟୁଜିୟମରେ ରାମଧୁନ ଅଡିଓ ସିଷ୍ଟମର ଉଦଘାଟନ କରାଯାଇଛି। ଓଡ଼ିଶା ଯେଉଁ ସବୁ ଗ୍ରାମ ଗୁଡିକୁ ଗାନ୍ଧୀ ଯାଇଥିଲେ ସେ ସବୁ ଗାଁ ଗହଳିରେ ଗାନ୍ଧୀଙ୍କ ନାଟକ ପ୍ରଦର୍ଶିତ କରାଯିବାର ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ। ଏହି ଅବସରରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଅଭିନେତା ଆକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ସଞ୍ଜୀବ ରାଏ, ଇଟିଭି ଭାରତ

13:17 March 23

ଗାନ୍ଧୀଙ୍କ ଓଡିଶା ଆଗମନକୁ 100 ବର୍ଷ, ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ

ଗାନ୍ଧୀଙ୍କ ଓଡିଶା ଆଗମନକୁ 100 ବର୍ଷ, ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ

ସୁନ୍ଦରଗଡ଼: ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନକୁ 100 ବର୍ଷ ପୂର୍ତ୍ତି ଅବସରରେ ଆଜି ସୁନ୍ଦରଗଡ଼ ଜିଲ୍ଳାପାଳ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୁତ ସମ୍ମାନ ଜଣାଇଛନ୍ତି। ମହାତ୍ମା ଗାନ୍ଧୀ ଆଜିର ତାରିଖରେ ଓଡିଶାର ବାଲେଶ୍ବର ଜିଲ୍ଲାକୁ ଆସିଥିଲେ। ମହାତ୍ମାଙ୍କ ଏହି ଆଗମନକୁ 100 ବର୍ଷ ଆଜି ପୁରିଛି। ଏ ନେଇ ଗତ କାଲି ରାଜ୍ୟ ସରକାର ଓଡିଶାର ସମସ୍ତ ଜିଲ୍ଳାପାଳଙ୍କୁ ଉତ୍ସଵ ପାଳିବା ନେଇ ନିର୍ଦେଶ ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତି ମୂର୍ତ୍ତିରେ ଆଜି ଜିଲ୍ଳାପାଳ ପୁଷ୍ପମାଲ୍ୟ ଅର୍ପଣ କରି ଓଡିଶା ତଥା ସୁନ୍ଦରଗଡ଼ ଜିଲ୍ଲା ତରଫରୁ ସମ୍ମାନ ଜଣାଇଛନ୍ତି। ଏହି ଅବସରରେ ଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଲାଲ ବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

10:51 March 23

ଆଜି ଓଡିଶା ଆସିଥିଲେ ମହାତ୍ମା, ଉତ୍ସବ ମୁଖର କୋରାପୁଟ

ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ 100 ବର୍ଷ

କୋରାପୁଟ: ଆଜିକୁ ଠିକ 100 ବର୍ଷ ତଳେ ଓଡିଶା ମାଟିରେ ପାଦ ଦେଇଥିଲେ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ । ତେବେ ମହାତ୍ମାଗାନ୍ଧୀଙ୍କ ଓଡିଶା ଆସିବାର ଶତବାର୍ଷିକୀ ପାଳନ ଅବସରରେ ଉତ୍ସବ ମୁଖରିତ ହୋଇଉଠିଛି କୋରାପୁଟ। ଆଜି ସକାଳ ସାତଟା ସମୟରେ ଜିଲ୍ଲାପାଳ ଅବଦଲ ଅକ୍ତରଙ୍କ ସମେତ ଜିଲ୍ଲାସ୍ତ୍ରରୀୟ ଅଧିକାରୀ ଓ କୋରାପୁଟର ସାଧାରଣ ଜନତାଙ୍କ ଦ୍ଵାରା ଗାନ୍ଧୀ ପାର୍କଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ଗୁଡିକରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନକୁ ସ୍ମରଣ କରିବା ଓ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଜୀବନ ଧାରା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଆଜି ସନ୍ଧ୍ୟାରେ କୋରାପୁଟ ସାଂସ୍କୃତିକ ପରିଷଦ ମଞ୍ଚରେ ‘ଗାନ୍ଧୀଙ୍କ ଓଡିଶା’ ନାଟକ ପରିବେଷଣ କରାଯିବ । ଗତ ଏକ ମାସ ଧରି ଚାଲିଥିବା ଅଭ୍ୟାସର ଫଳସ୍ଵରୂପ ତିରିଶି ଜଣ ଅଭିନୟ କରୁଥିବା ଏକ ଘଣ୍ଟାର ଏହି ନାଟକ ଜନସାଧାରଣଙ୍କୁ ବିଶେଷ ଭାବରେ ଆକର୍ଷିତ କରିବ ବୋଲି ସାଂସ୍କୃତିକ ପରିଷଦର ସଭାପତି ଶିବ ପ୍ରସାଦ ରଥ ଆଶା ବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Mar 23, 2021, 1:55 PM IST

ABOUT THE AUTHOR

...view details