କଟକ: ଲକଡାଉନରେ ମଧ୍ୟ ଥମୁନି ବେଆଇନ ମଦ କାରବାର । ପୋଲିସର କଡା ପ୍ରହରା ଓ ଯାଞ୍ଚ ସତ୍ତ୍ବେ ଜାରି ରହିଛି ଏଭଳି ଚୋରା ବେପାର । ତେବେ ଜଗତପୁର ଅଞ୍ଚଳରୁ 10ଟି ବିଦେଶୀ ମଦ ବୋତଲ, ଗୋଟିଏ ବାଇକ ସହ 2 ଅଭିଯୁକ୍ତଙ୍କୁ ଗିରିଫ କରିଛି କମିଶନରେଟ ପୋଲିସ । ଉକ୍ତ ଅଭିଯୁକ୍ତ ହେଲେ ସଞ୍ଜୟ ମହାରଣା ଓ ନିର୍ମଳ ସାହୁ । ଉଭୟଙ୍କ ଘର 42 ମଉଜା ବୋଲି ସ୍ପଷ୍ଟ ହୋଇଛି ।
କଟକରୁ ବିଦେଶୀ ମଦ ଜବତ, 2 ଗିରଫ - cuttack news
କୋରୋନା ମୁକାବିଲା ପାଇଁ ଦେଶରେ ଜାରି ରହିଛି ଲକଡାଉନ । ଏହାସତ୍ତ୍ବେ ଜାରି ରହିଛି ବେଆଇନ ଚୋରା ମଦ କାରବାର । ଅଧିକ ପଢନ୍ତୁ...

କଟକରୁ 10ଟି ଦେଶ ମଦ ଜବତ, 2 ଗିରଫ
ତେବେ ଲକଡାଉନ ଆରମ୍ଭ ହେବା ଦିନଠୁ ଏମିତି ଘଟଣା ବାରମ୍ବାର ଜାରି ରହିଛି । ତେବେ ପ୍ରଶ୍ନ ଉଠୁଛି ଏତେ କଡା ସୁରକ୍ଷା ବଳୟ ମଧ୍ୟରେ ମଦ ପ୍ରବେଶ କରୁଛି କେମିତି । ଏହାଛଡା ଏହି ସଂକ୍ରାନ୍ତରେ ପୋଲିସ ଅବକାରୀ ବିଭାଗକୁ ଚିଠି ଲେଖିଥିଲା । ହେଲେ ତଥାପି ଜାରି ରହିଛି ମଦ ବ୍ୟବସାୟ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ