ଓଡିଶା

odisha

ETV Bharat / state

6ଟି କଲେଜରେ ଫଳ ଶୂନ

ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । କଳାରେ ୨ଟି କଲେଜ ଓ ବାଣିଜ୍ୟରେ ୪ଟି କଲେଜରେ ପାସ ହାର ଶୂନ ହୋଇଛି । ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବା ଦ୍ଵାରା ପରୀକ୍ଷା ଫଳାଫଳର ରେଜଲ୍ଟ ପାସ ହାର କମ୍ ରହିଥିବା ସୂଚନା ମିଳିଛି ।

By

Published : Jun 21, 2019, 6:06 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଗୀତ ଗୋବିନ୍ଦ ଭବନରେ ଶୁକ୍ରବାର ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । କେଉଁ କଲେଜରେ ଶତପ୍ରତିଶତ ଫଳ ହୋଇଛି ତ ପୁଣି ଆଉ କେଉଁ କଲେଜରେ ପାସ ହାର ଶୂନ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କଳାରେ ୨ଟି କଲେଜ ଓ ବାଣିଜ୍ୟରେ ୪ଟି କଲେଜରେ ପାସ ହାର ଶୂନ ହୋଇଛି । ୯୦ ପ୍ରତିଶତ ଅଧିକ ରଖିଥିବା ଛାତ୍ରଛାତ୍ରୀ କଳାରେ ୩ ଜଣ ବାଣିଜ୍ୟରେ ୩୧ ଜଣ ।

ସେହିପରି ବିଜ୍ଞାନରେ ୯ଟି କଲେଜରେ ପରୀକ୍ଷା ଫଳ ଶୂନ ରହିଥିଲା ।

ତେବେ ଚଳିତ ବର୍ଷ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବା ଦ୍ଵାରା ପରୀକ୍ଷା ରେଜଲ୍ଟ ପାସ ହାର କମ୍ ରହିଥିବା ସୂଚନା ମିଳିଛି ।

କଳାରେ ପାସ ହାର ୬୫.୮୯ ପ୍ରତିଶତ ହୋଇଥିବା ବେଳେ ବାଣିଜ୍ୟରେ ୭୦.୨୬ ପ୍ରତିଶତ ରହିଛି ପାସ ହାର । କଳାରେ ମୋଟ ପରୀକ୍ଷା ଦେଇଥିବା ୨ଲକ୍ଷ ୩୧ ହଜାର ୧୫୦ ଛତ୍ରଛତ୍ରୀଙ୍କ ମଧ୍ୟରୁ ୧ଲକ୍ଷ ୫୨ ହଜାର ୩୨୩ ଜଣ ଛତ୍ର ଛାତ୍ରୀ ପାସ ହୋଇଛନ୍ତି ।

ଅନ୍ୟପକ୍ଷରେ ବାଣିଜ୍ୟରେ ମୋଟ ପରୀକ୍ଷା ଦେଇଥିଲେ ୨୬ହଜାର ୪୯୪ ଜଣ । ସେଥି ମଧ୍ୟରୁ ୧୮ ହଜାର ୪୨୬ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି ।

କଳାରେ ୫୭ ହଜାର ୪୪୨ ଜଣ ଛାତ୍ର ଓ ୯୪ହଜାର ୮୮୧ ଜଣ ଛାତ୍ରୀ ପାସ ହୋଇଛନ୍ତି ।

ପାସ ହାରରେ ବାଲେଶ୍ଵର ସର୍ବାଧିକ ୭୫.୬୭ ପ୍ରତିଶତ ରହିଥିବା ବେଳେ ନବରଙ୍ଗପୁରରେ ସର୍ବନିମ୍ନ ୪୭.୪୬ ପ୍ରତିଶତ ପିଲା ପାସ କରିଛନ୍ତି ।

ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପାସ ହାର କମିଛି । ଉଭୟ କଳା ଓ ବାଣିଜ୍ୟ ବିଭାଗରେ କମିଛି ପାସ ହାର। କାହିଁକି ପାସ ହାର କମିଛି ତାହାର ତର୍ଜମା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details