ଭୁବନେଶ୍ବର: ଆଜି (ମଙ୍ଗଳବାର) ବିଶ୍ୱ ମାସିକ ଋତୁଚକ୍ର ଦିବସ । ଏହି ଅବସରରେ ଗାଁ ଗାଁ ବୁଲି ସାନିଟାରି ନାପକିନ ବାଣ୍ଟିଛନ୍ତି ଓଡ଼ିଶାର ପ୍ୟାଡଗାର୍ଲ ପାୟଲ ପଟେଲ।
ଓଡ଼ିଶାର ପ୍ୟାଡ଼ ଗାର୍ଲ ଭାବେ ପରିଚିତ ପାୟଲ ପଟେଲ । ନିଜର ଚେଷ୍ଟା ବଳରେ ପାହାଡ଼ି ଇଲାକାରେ ଏକ ସାନିରାଟି ନାପକିନ ଶିଳ୍ପ ପ୍ରତିଷ୍ଠା କରିପାରିଛନ୍ତି ସେ । ପାହାଡି ଇଲାକାର ପାୟଲଙ୍କ ଏପରି ପ୍ରଚେଷ୍ଟା ନିଜ ପାଇଁ ସୃଷ୍ଟି କରିପାରିଛି ନୂତନ ପରିଚୟ । ହେଲେ ଏ ଦିଗରେ ଆଜି ବି କେତେକ ଗାଁ ଗଣ୍ଡା ତଥା ସହରର ବସ୍ତିରେ ସଚେତନତାର ଆବଶ୍ୟକ ରହିଛି ।