ଓଡିଶା

odisha

ETV Bharat / state

ଓଟିଇଟି ପରୀକ୍ଷା ଆମେ ଦେବୁ କାହିଁକି ? - ଓଟିଇଟି

ଘରୋଇ ବିଦ୍ୟାଳୟର ଶିକ୍ଷକ ସଂଘ ପକ୍ଷରୁ ଲୋଏର ପିଏମଜିରେ ଧାରଣା । ଓଟିଇଟି ପରୀକ୍ଷାକୁ ବିରୋଧ କରି ଏହି ଧାରଣା ଦେଇଛନ୍ତି ଶିକ୍ଷକ ସଂଘ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Feb 28, 2019, 2:59 PM IST

ଭୁବନେଶ୍ବର: ଘରୋଇ ବିଦ୍ୟାଳୟର ଶିକ୍ଷକ ସଂଘ ପକ୍ଷରୁ ଲୋଏର ପିଏମଜିରେ ଧାରଣା । ଓଟିଇଟି ପରୀକ୍ଷାକୁ ବିରୋଧ କରି ଏହି ଧାରଣା ଦେଇଛନ୍ତି ଶିକ୍ଷକ ସଂଘ । କେତେ ଥର ସେମାନେ ନିଜର ଦକ୍ଷତା ଦେଖାଇବେ ଏନେଇ ପ୍ରଶ୍ନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

କାରଣ ଜଣେ ଯଦି ନିଜର ଡିଗ୍ରୀ ବା ବିଏଡ଼ ପାଠ ଶେଷ କରି ଓଡିଶାରେ ଶିକ୍ଷକ ହେବାକୁ ଚାହେଁ ତ ତାକୁ ନିହାତି ଭାବରେ ରାଜ୍ୟ ଶିକ୍ଷା ବିଭାଗ ଅଧିନରେ ଓଟିଇଟି ପରୀକ୍ଷା ଦେବାକୁ ପଡିଥାଏ । କିନ୍ତୁ କେନ୍ଦ୍ର ସରକାରଙ୍କ ଅଧିନରେ ଏନସିପିସିଆର ପରୀକ୍ଷା ଦେଇ ଥିବା ଓଡିଶା ଘରୋଇ ସ୍କୁଲ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ଭାବରେ କାମ କରୁଛନ୍ତି ।

ସଙ୍ଘ କହିବା ଅନୁସାରେ ସେମାନେ ଦୀର୍ଘ ବର୍ଷ ଧରି ଘରୋଇ ବିଦ୍ୟାଳୟରେ ଶିକ୍ଷା ପ୍ରଦାନ କରି ଆସୁଛନ୍ତି । ଆଉ ଥରେ ରାଜ୍ୟ ସରକାରଙ୍କ ଅଧିନରେ ପରୀକ୍ଷା ଦେଇ ନିଜର ଯୋଗ୍ୟତା ଦେଖାଇ ସାରିଛନ୍ତି ସେମାନେ ଆଉ ବାରମ୍ବାର କେତେ ନିଜର ଯୋଗ୍ୟତାକୁ ଦେଖାଉଥିବେ ବୋଲି ସଂଘ ଦାବି ରଖି ଆଜି ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିରେ ଧାରଣା ଦେଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details