ଓଡିଶା

odisha

ETV Bharat / state

ଭିଜିବ ଜାଗର, ଆଜିଠୁ ବର୍ଷା - today

ସୋମବାର ଠାରୁ ରାଜ୍ୟରେ ବର୍ଷା ସମ୍ଭାବନା । ଘଡଘଡି ସହ ବର୍ଷା ଆଶଙ୍କା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ମତ୍ସ୍ୟଜିବୀଙ୍କୁ ସମୁଦ୍ର ମନା ।

ଫାଇଲ ଫଟୋ

By

Published : Mar 4, 2019, 7:29 PM IST

ଭୁବନେଶ୍ବର: ଆଜି (ସୋମବାର) ଠାରୁ ଚାରି ଦିନ ଧରି ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ ବିଭାଗ । ଉତ୍ତର ଓଡିଶା ଏବଂ ଦକ୍ଷିଣ ଉପକୂଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଆସନ୍ତା 5 ଓ 6 ରେ କାଳବୈଶାଖୀ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଘଡଘଡି ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ଘଡଘଡି ସହ ବର୍ଷାର ଆଶଙ୍କା କରି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ନେଇ ମନା କରାଯାଇଛି । ଏହା ସହ ବାଲେଶ୍ଵର, କେନ୍ଦ୍ରାପଡା, ଯାଜପୁର, କଟକ,ଜଗତସିଂହପୁର ଆଦି ଜିଲ୍ଲାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷାର ସମ୍ଭାବନା ରହିଛି ।


ଅନ୍ୟପଟେ ମାଲକାନଗିରିରେ ସର୍ବାଧିକ 36.4 ଡିଗ୍ରୀ ତାପମାତ୍ରା ରହୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ସର୍ବନିମ୍ନ 30.0 ଡିଗ୍ରୀ ତାପମାତ୍ରା ରହିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details