ଭୁବନେଶ୍ବର: ମତଦାନ କେନ୍ଦ୍ରକୁ ଯୁବା ପୂର୍ବରୁ ମିଳୁଛି ପ୍ରୋତ୍ସାହନ ସ୍ବରୂପ ଗୋଲାପ ଫୁଲ । ପୁଣି ଧାଡିରେ ଠିଆ ହେଲା ବେଳେ ଶୋଷ ହେଲେ ଗ୍ଲୁକୋଜ ପାଣି । ତାତି ଦାଉରୁ ରକ୍ଷା ପାଇବାକୁ ବିଶେଷ ବ୍ୟବସ୍ଥା । ଥକା ଲାଗିଲେ ବସିବାକୁ ରହିଛି ସ୍ବତନ୍ତ୍ର ମଞ୍ଚ । ଏ ହେଉଛି ଭୁବନେଶ୍ବର ୟୁନିଟ୍ ୬ ହାଇସ୍କୁଲ ଆଦର୍ଶ ମତଦାନ କେନ୍ଦ୍ରର ଦୃଶ୍ୟ ।
ଏହି ମତଦାନ କେନ୍ଦ୍ରରେ ମାରୱାଡ଼ି ସୋସାଇଟି ପକ୍ଷରୁ ୟୁନିଟ୍ ୬ ହାଇସ୍କୁଲରେ ଏକ ଭିନ୍ନ ଢ଼ଙ୍ଗରେ ଭୋଟରଙ୍କୁ ସ୍ବାଗତ କରାଯାଇଛି। ଭୁବନେଶ୍ୱରରେ ଆଦର୍ଶ କେନ୍ଦ୍ର ୨୭ଟି ରହିଥିବା ବେଳେ ସେଥିମଧ୍ୟରୁ ଅନ୍ୟତମ ଏହି କେନ୍ଦ୍ର । ଏଠି ଭୋଟ ଦେବା ଲଗି ଆସୁଥିବା ସମସ୍ତ ଭୋଟରଙ୍କୁ ଗୋଲାପ ଫୁଲ, ପାଣି ଓ ଗ୍ଲୁକୋଜ ପାଣି ଦିଆଯାଉଥିବା ନଜର ଆସୁଛି । ଭୋଟରଙ୍କୁ ପ୍ରବଳ ଖରା ଦାଉରୁ ସୁରକ୍ଷିତ ରହିବାକୁ ସମସ୍ତ ବ୍ୟବସ୍ଥା ହୋଇଛି। ଏଥିପାଇଁ ଏଠାରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ସ୍ବୋଚ୍ଛାସେବୀ ନିଯୋଜିତ ହୋଇଛନ୍ତି ।