ଓଡିଶା

odisha

ETV Bharat / state

ଫୋକସରେ ମେ 23, ଭୋଟ ଗଣତି ପ୍ରଶିକ୍ଷଣରେ ଲାଗିଛନ୍ତି ଅଫିସର - election

ଦ୍ଵିତୀୟ ଦିନରେ ଭୋଟ ଗଣତି ପ୍ରଶିକ୍ଷଣ ଶିବିର । ପ୍ରଥମ ଥର ଭିଭିପିଏଟରେ ଭୋଟ ଦିଆଯାଉଥିବାରୁ ଯେପରି ଗଣତି କାର୍ଯ୍ୟ ସୁରୁଖୁରୁରେ ସରିବ ସେଥିପ୍ରତି ତତ୍ପର ନିର୍ବାଚନ ଆୟୋଗ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : May 14, 2019, 2:55 PM IST

ଭୁବନେଶ୍ବର: ଦ୍ଵିତୀୟ ଦିନରେ ଭୋଟ ଗଣତି ପ୍ରଶିକ୍ଷଣ ଶିବିର । ପ୍ରଥମ ଥର ଭିଭିପିଏଟରେ ଭୋଟ ଗଣତି କରାଯିବ । ଏଥିଯୋଗୁଁ ପ୍ରତି ଜିଲ୍ଲାର ଭୋଟ ଗଣତି ଦାୟିତ୍ବରେ ଥିବା ଅଧିକାରୀଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଉଛି । ଶାନ୍ତିଶୃଙ୍ଖଳାରେ ଯେପରି ଗଣତି କାର୍ଯ୍ୟ ସୁରୁଖୁରୁରେ ସରିବ ସେଥିପ୍ରତି ତତ୍ପର ନିର୍ବାଚନ ଆୟୋଗ ।

ବୁଧବାରରୁ ଜିଲ୍ଲା ସ୍ତରରେ କାଉଣ୍ଟିଂ ଷ୍ଟାଫକୁ ପ୍ରଶିକ୍ଷଣ ଦିଆଯିବ। ଏବେ ସୁଦ୍ଧା ୩୦ଜଣ ରାଜ୍ୟ ସ୍ତରୀୟ ମାଷ୍ଟର ଟ୍ରେନରଙ୍କୁ ନିଯୁକ୍ତି ଦିଆଯାଇଛି । ଆସନ୍ତା ୧୫ ରୁ ୨୦ ତାରିଖ ମଧ୍ୟରେ ପ୍ରତି ଜିଲ୍ଲାରେ ଟ୍ରେନିଂ ଚାଲିବ । ଏନେଇ ରାଜ୍ୟରେ ୬୩ଟି ଭୋଟ ଗଣନା କେନ୍ଦ୍ର ଖୋଲାଯାଇଛି । ଭୋଟ କାଉଣ୍ଟିଂ ପ୍ରଶିକ୍ଷଣକୁ ଅଧିକ ଗୁରୁତ୍ବ ଦିଆଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ, ସୋମବାର ୧୪ ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବାବେଳେ ମଙ୍ଗଳବାର ଆଉ ୧୬ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସରଙ୍କୁ ଭୋଟ ଗଣତିକୁ ନେଇ ସବିଶେଷ ତାଲିମ ଦିଆଯାଇଛି । ପ୍ରଥମ ଥର ପାଇଁ ଭିଭିପାଟରେ ଗଣତି ହେବାକୁ ଥିବାବେଳେ ଏହାକି କିଭଳି ଶାନ୍ତି ଶୃଙ୍ଖଳା ସହ କରାଯିବ, ସେଥିପାଇଁ ସଜାଗ ନିର୍ବାଚନ କମିଶନର । ପ୍ରଥମ ପର୍ଯ୍ୟାୟରେ ଏଟିପିବି ଗଣତି କରାଯିବ ।

ଗଣତି ହେବାବେଳେ ଗୋଟିଏ ଭୋଟ ମେସିନ ଗଣତି ହେବ । ପରେ ଅନ୍ୟ ଏକ ଭୋଟ ମେସିନ ଗଣତି କରାଯିବ । ଏକା ସାଙ୍ଗରେ କୌଣସି ଭୋଟ ମେସିନ ଗଣତି କରାଯିବ ନାହିଁ। ଏଥିଲାଗି ଏକ ମଡେଲ ରୁମ୍ କରାଯାଇଛି । ଭିଭିପାଟରେ ଗଣତି ବେଳେ ଚାରିପଟରୁ ଆବଦ୍ଧ କରାଯିବ । ଭୋଟଗଣତିକୁ ନେଇ ଯେପରି ଭାବରେ ପ୍ରଶିକ୍ଷଣ କରାଯାଉଛି ସେହିପରି ଭୋଟ ଗଣତି ସୁଚାରୁ ରୂପେ କରାଯିବ । ଏ ନେଇ ମୁଖ୍ୟ ନିର୍ବାଚନୀ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details