ଓଡିଶା

odisha

ETV Bharat / state

ବିଜେଡି ଛାଡିଲେ ସାଂସଦ ବଳଭଦ୍ର ମାଝୀ

ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ଦଳୀୟ ଅଣଦେଖା କାରଣରୁ ଇସ୍ତଫା ଦେଇଥିବା କହିଛନ୍ତି ।

By

Published : Mar 14, 2019, 3:23 PM IST

ଫଟୋ ସୌଜନ୍ୟ: ଫେସବୁକ@ ବଳଭଦ୍ର ମାଝୀ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ବିଜେଡିକୁ ଶକ୍ତ ଧକ୍କା । ଦଳରୁ ଇସ୍ତଫା ଦେଇଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ଗୁରୁବାର ବିଧିବଦ୍ଧ ଭାବେ ସେ ନବୀନ ନିବାସକୁ ଆସି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ଇସ୍ତଫା ଦେଇଥିବା କହିଛନ୍ତି ।

ଏନେଇ ବଳଭଦ୍ର କହିଛନ୍ତି ଯେ, 7 ବର୍ଷ ସରକାରୀ ଚାକିରି ଥିବା ସ୍ବତ୍ତେ ସେ ଏହାକୁ ଛାଡି ବିଜେଡିରେ ସାମିଲ ହୋଇଥିଲେ । ହେଲେ ଦଳରେ ତାଙ୍କୁ ଅଣଦେଖା କରାଯାଉଥିଲା । ଦଳର କୌଣସି କାର୍ଯ୍ୟକ୍ରମରେ ସେ ସାମିଲ ହେଉ ନଥିଲେ । ଦଳର ସୁପ୍ରିମ ନବୀନ ପଟ୍ଟନାୟକ ଓ ତାଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ରହିଥିଲା । ତେଣୁ ସେ ଇସ୍ତଫା ଦେଇଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଆହୁରି କହିଛନ୍ତି ତାଙ୍କ ବିରୋଧରେ ଅପପ୍ରଚାର କରାଯାଉଥିଲା ।

ଅନ୍ୟପଟେ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ଥିବା ବେଳେ ଏତିକି ବେଳେ ସାଂସଦ ଇସ୍ତଫା ଦେବା ବିଜେଡିକୁ ଶକ୍ତ ଧକ୍କା ଲାଗିଛି । ବିଜେଡିରୁ ସାଂସଦ ଶ୍ରୀ ମାଝୀଙ୍କୁ ଟିକେଟ୍‌ ମିଳିବ ନାହିଁ ଜାଣିଲା ପରେ ଦଳ ଛାଡିଥିବା ଚର୍ଚ୍ଚା ହେଉଛି । ତେବେ ଆସନ୍ତା 2 ଦିନ ମଧ୍ୟରେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details