ଭୁବନେଶ୍ବର: ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ 8513ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ 107/116 ଧାରା ଅନୁଯାୟୀ 45741 ଜଣଙ୍କୁ ଅଟକ ରଖାଯାଇଛି । ସେହିପରି 4921ଟି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ଦିଆଯାଇଛି ।
ତେବେ ଲାଇସେନ୍ସ ନଥିବା 208ଟି ଅସ୍ତ୍ରଶସ୍ତ୍ର ଏବଂ 1367.032କିଲୋଗ୍ରାମ ବିସ୍ପୋରକ ଦ୍ରବ୍ୟ ଜବତ କରାଯାଇଛି । ସୋମବାର ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୋଲିସ ସହାୟତାରେ ପ୍ରାୟ 109998.365ବର୍ଗ ଲିଟର ମଦ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 3 କୋଟି 28 ଲକ୍ଷ 83 ହଜାର 764 ଟଙ୍କା ହେବ ।
ଅନ୍ୟପଟେ ଆଦର୍ଶ ଆଚରଣ ବିଧି ଉଲଂଘନ କରି ବର୍ତ୍ତମାନ ସୁଦ୍ଧା ସର୍ବସାଧାରଣ ସ୍ଥାନରେ ଲାଗିଥିବା 30 ଲକ୍ଷ 93 ହଜାର 410ଟି ହୋର୍ଡିଂ ଓ ପୋଷ୍ଟର ଆଦିକୁ ହଟାଇ ଦିଆଯାଇଛି । ସେହିପରି ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍ ଭାବେ ଲାଗିଥିବା 2 ଲକ୍ଷ 66 ହଜାର 146ଟି ହୋର୍ଡିଂ ଓ ପୋଷ୍ଟରକୁ ମଧ୍ୟ ବାହାର କରି ଦିଆଯାଇଛି ।