ଭୁବେନଶ୍ୱର: ଦୁଇ ଦିନଧରି ଭୟଭୀତ ଅବସ୍ଥାରେ ରହିଛନ୍ତି ରାଜଧାନୀବାସୀ। ଗଳିକନ୍ଦିରେ ବୁଲୁଛି କଲରାପତରିଆ ବାଘ । ଏହାଭିତରେ ବାଘ ଧରିବାକୁ ପ୍ରକ୍ରିୟା ଆରମ୍ଭ କରିଛି ଜଙ୍ଗଲ ବିଭାଗ। ନନ୍ଦନକାନନରୁ ଅଣାଯାଇଛି ସ୍ୱତନ୍ତ୍ର ଯନ୍ତା। ଆଉ ଏଥିପାଇଁ ନିୟୋଜିତ ହୋଇଛନ୍ତି 40 ଜଣିଆ ଟିମ୍।
ଗତ ଦୁଇ ଦିନଧରି ପଳାଶପଲ୍ଲୀ ଅଞ୍ଚଳରେ ଏକ ପ୍ରକାରର କୋକୁଆ ଭୟ ଖେଳିଯାଇଥିଲା। ଏପରିକି ଘରୁ ଗୋଡ଼ କାଢ଼ିବାକୁ ଡରୁଥିଲେ ଲୋକେ । ଯାହାକୁ ନେଇ ରାତି ତମାମ ବନ ବିଭାଗର ଅଧିକାରୀ ନୟାନ୍ତ ହୋଇଯାଇଥିଲେ। ସୂଚନା ଅନୁଯାୟୀ ଆଜି ଭୋର 4ଟାରେ ବାଘଟି ବିଜୁ ପଟ୍ଟନାୟକ ବିମାନବନ୍ଦର ପାଚେରୀ ଡେଇଁ ଯାଉଥିବାର ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।