ଓଡିଶା

odisha

ETV Bharat / state

କେମିତି ସହର ଭିତରେ ପଶିଲା ବାଘ, ଚାଲିଛି ଖୋଳତାଡ

ରାଜଧାନୀରେ ଖୁଲମଖୁଲା ବୁଲୁଛି ବାଘ। ପଳାସପଲ୍ଲି ଅଞ୍ଚଳରେ ବାଘ ବୁଲୁଥିବା ସୂଚନା ମିଳିଛି। ଏକ କଲରାପତରିଆ ବାଘ ପାଚେରୀ ଡେଇଁ ଘର ଭିତରକୁ ପଶିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

By

Published : Feb 18, 2019, 11:39 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଖୋର୍ଦ୍ଧା

ଭୁବନେଶ୍ବର: ରାଜଧାନୀରେ ଖୁଲମଖୁଲା ବୁଲୁଛି ବାଘ। ପଳାସପଲ୍ଲି ଅଞ୍ଚଳରେ ବାଘ ବୁଲୁଥିବା ସୂଚନା ମିଳିଛି। ଏକ କଲରାପତରିଆ ବାଘ ପାଚେରୀ ଡେଇଁ ଘର ଭିତରକୁ ପଶିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ବାଘ କେଉଁଠୁ ଆସିଲା, କେମିତି ସହର ମଧ୍ୟକୁ ପ୍ରବେଶ କଲା ସେନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

ବାଘକୁ ପ୍ରଥମେ ଦେଖିଥିଲେ ବାଙ୍କନିଧି ସେନାପତି। ବାଙ୍କନିଧି ସୁରକ୍ଷା କର୍ମୀ ଭାବେ କାମ କରନ୍ତି । ବିଳମ୍ବିତ ରାତିରେ ବାଘଟି ପ୍ରଥମେ ବିମାନ ବନ୍ଦର ପାଚେରୀ ଡେଇଁ ଆସିବାର ସେ ଦେଖିଥିଲେ। କିଛି ସମୟ ପରେ କୁଆଡେ ଉଭାନ ହୋଇଯାଇଥିଲା ବାଘ। ଏହା ଦେଖି ବାଙ୍କନିଧି ସଙ୍ଗେ ସଙ୍ଗେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ବାଘ ବୋଲି ଜାଣିବା ପରେ ବନବିଭାଗକୁ ଖବର ଦେଇଥିଲେ।

ଡିଏଫଓ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ଅନୁଧ୍ୟାନ କରିବା ସହ ବନ ବିଭାଗର 10ଜଣିଆ ଟିମ୍ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଯେଉଁ ଘରର ସିସିଟିଭିରୁ ଏହି ଚିତ୍ର ଦେଖିବାକୁ ମିଳିଛି ସେମାନେ ସେଠାକୁ ଯାଇ ଯାଞ୍ଚ ମଧ୍ୟ କରିଛନ୍ତି। ତେବେ ପାଖାପାଖି ଅଞ୍ଚଳରେ ବାଘକୁ ଠାବ କରିବାକୁ ସର୍ଚ୍ଚ ଅପରେସନ ଜାରି ରହିଛି।

ଡିଏଫଓ ଅଶୋକ ଚନ୍ଦ୍ର ମିଶ୍ର କହିଛନ୍ତି ଯେ, ସିସିଟିଭି ଫୁଟେଜରୁ ଏହା ଏକ କଲରାପତରିଆ ବାଘ ବୋଲି ଜଣାପଡୁଛି । ରାତି ସାରା ବନ ବିଭାଗ କର୍ମଚାରୀ ସଂଘ ବଦ୍ଧ ଭାବରେ ରହିବେ। ପ୍ରଥମେ ବାଘକୁ ଠାବ କରାଯିବା ସହ ଆସନ୍ତାକାଲି ଟ୍ରାଙ୍କୁଲାଇଜ କରାଯିବ। ଏହାକୁ ନେଇ ନନ୍ଦନକାନନର ଟ୍ରାଙ୍କୁଲାଇଜର ଟିମ୍ ଘଟଣାସ୍ଥଳରେ ଆସି ପହଞ୍ଚିଛନ୍ତି।

ଖୋର୍ଦ୍ଧାରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details