ଓଡିଶା

odisha

ETV Bharat / state

ଗୋଟିଏ ବ୍ୟାନରରେ ନବୀନ ଓ ପ୍ରକାଶ, ପୁଣି ସାଲେପୁରକୁ ନେଇ ଚର୍ଚ୍ଚା - Congress

ସାଲେପୁର ବିଧାୟକ ପ୍ରକାଶ ବେହେରା ବିଜେଡ଼ିରେ ଯୋଗଦେବା ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଗୋଟିଏ ହୋର୍ଡିଂରେ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ବିଧାୟକଙ୍କ ଫଟୋ ସ୍ଥାନ ପାଇବାକୁ ନେଇ ରାଜନୀତି ସରଗରମ ହୋଇଉଠିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Feb 14, 2019, 11:30 AM IST

Updated : Feb 14, 2019, 1:21 PM IST

ଭୁବନେଶ୍ବର: କିଛି ଖୋଲିକି ନ କହିଲେ ବି ସସପେନ୍ସ ବଢ଼ାଉଛନ୍ତି ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ବେହେରା । ବିଜେଡ଼ିକୁ ଯିବାଲାଗି ସେ ଏକ ପ୍ରକାର ଗୋଡ଼ କାଢ଼ି ବସିଛନ୍ତି ବୋଲି ଦୀର୍ଘ ଦିନରୁ ଚର୍ଚ୍ଚା ଲାଗି ରହିଛି । ହେଲେ ଏଯାଏଁ ବିଜେଡ଼ି କ୍ୟାମ୍ପରେ ସାମିଲ ହୋଇନାହାନ୍ତି ପ୍ରକାଶ । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ଫଟୋ ଗୋଟିଏ ଫ୍ରେମ୍‌ରେ ସ୍ଥାନ ପାଇବା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।

ସାଲେପୁର ସହରରେ ରାଜ୍ୟ ସରକାରଙ୍କ 'ଆମ ଗାଁ ଆମ ବିକାଶ' ଏବଂ 'ପୀଠା' କାର୍ଯ୍ୟକ୍ରମର ଏକ ହୋର୍ଡିଂ ଦେଖିବାକୁ ମିଳିଛି । ଯେଉଁଥିରେ ଗୋଟିଏ ପାର୍ଶ୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ପାର୍ଶ୍ବରେ କଂଗ୍ରେସ ବିଧାୟକ ପ୍ରକାଶ ବେହେରାଙ୍କ ଫଟୋ ସ୍ଥାନିତ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ଏବଂ ଜିଲ୍ଲା ରାଜନୀତିରେ ଜୋରଦାର ଚର୍ଚ୍ଚା ।

ଆଜିକାଲି ରାଜ୍ୟ ସରକାରଙ୍କ ପ୍ରାୟ ସମସ୍ତ କାର୍ଯ୍ୟକ୍ରମରେ ସବୁଜ ରଙ୍ଗର ପୋଷ୍ଟର ଏବଂ ବ୍ୟାନର ସବୁ ଦେଖିବାକୁ ମିଳୁଛି । ଶଙ୍ଖ ଚିହ୍ନ ନ ଥିଲେହେଁ ଏସବୁ ଗୋଟିଏ ଦୃଷ୍ଟିରୁ ବିଜେଡ଼ିର ଦଳୀୟ କାର୍ଯ୍ୟକ୍ରମ ବୋଲି ବିଚାର କରାଯାଉଛି । ତେଣୁ ସମାନ ଭାବେ ସାଲେପୁରଠାରେ ଲାଗିଥିବା ଏହି ହୋର୍ଡ଼ିଂ ଅନେକ କିଛି ଦର୍ଶାଉଛି । ସ୍ଥାନୀୟ ବିଜେଡ଼ିରେ ପ୍ରକାଶ ଗ୍ରହଣୀୟ ହୋଇ ସାରିଥିବା ଏହା ଏକଦମ ସ୍ପଷ୍ଟ କରୁଛି । ଖାଲି ଅପେକ୍ଷା କେବେ ପ୍ରକାଶ ବିଧିବଦ୍ଧ ଭାବେ ଶଙ୍ଖ ଫୁଙ୍କିବେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Feb 14, 2019, 1:21 PM IST

ABOUT THE AUTHOR

...view details