ଓଡିଶା

odisha

ETV Bharat / state

ଏଥର ଦୋହଲିବ ବିଧାନସଭା !

ଜିତିଲେ ଜଟଣୀ କଂଗ୍ରେସ ପ୍ରାର୍ଥୀ ସୁର ରାଉତରାୟ । ବିରୋଧୀ ଭୂମିକାରେ ଏଥର ବିଧାନସଭାକୁ ଦୋହଲାଇପାରନ୍ତି ସୁର ଭାଇ ।

By

Published : May 23, 2019, 9:13 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଦୀର୍ଘ ବର୍ଷର ଅପେକ୍ଷା । ମଇଦାନକୁ ଫେରିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ବହୁ ଦିନର ବ୍ୟବଧାନ ପରେ ଜଟଣୀରୁ ସେ ବିଜୟୀ ହୋଇଛନ୍ତି । ଜିତିବା ପରେ ଧୁମ୍ କାମ କରିବି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଆସନରୁ 5ଥର ବିଧାୟକ ରହିଥିଲେ ସୁର । 1977, 1980, 1985, 1995 ଏବଂ 2000 ମସିହାରେ ସେ ନିର୍ବାଚିତ ହୋଇଥିଲେ । ମନ୍ତ୍ରୀ ଦାୟିତ୍ବ ମଧ୍ୟ ସମ୍ଭାଳିଥିଲେ । ହେଲେ 2004ରୁ ତାଙ୍କୁ ବିପର୍ଯ୍ୟୟ ସାମ୍ନା କରିବାକୁ ପଡିଥିଲା । ଜଟଣୀ ମାଡି ବସିଥିଲା ବିଜୁ ଜନତା ଦଳ । ବିଧାନସଭାରେ ଆଉ ଦେଖିବାକୁ ମିଳୁନଥିଲା ସୁର ଭାଇଙ୍କ ଜଲୱା । ହେଲେ ଏଥର ଜଟଣୀବାସୀ ସୁର ରାଉତରାୟଙ୍କୁ ଦେଇଛନ୍ତି ସୁଯୋଗ । ବିରୋଧୀ ଭୂମିକାରେ ସେ ବିଧାନସଭା ଦୋହଲାଇବା ନେଇ ଚର୍ଚ୍ଚା ହେଉଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details