ଭୁବନେଶ୍ବର: ମାଡି ଆସୁଛି ପ୍ରବଳବର୍ଷା ସହ ଭୟଙ୍କର ବିଜୁଳି ଓ ଘଡଘଡି । ଏହାସହ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ସହ ଉତ୍ତର ଓଡିଶାର ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ। ସୁନ୍ଦରଗଡ଼, କେନ୍ଦୁଝର, ଭଦ୍ରକ, କଟକ, ଅନୁଗୋଳ ଓ ମୟୁରଭଞ୍ଜ ଆଦି ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡଘଡି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମାଡି ଆସୁଛି ବର୍ଷା ପବନ: ଉତ୍ତର-ଦକ୍ଷିଣ ଓଡ଼ିଶାକୁ ସତର୍କ ଘଣ୍ଟି - bhubaneswar
ମାଡି ଆସୁଛି ପ୍ରବଳବର୍ଷା ସହ ଭୟଙ୍କର ବିଜୁଳି ଓ ଘଡଘଡି । ଏହାସହ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ସହ ଉତ୍ତର ଓଡିଶାର ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ।
![ମାଡି ଆସୁଛି ବର୍ଷା ପବନ: ଉତ୍ତର-ଦକ୍ଷିଣ ଓଡ଼ିଶାକୁ ସତର୍କ ଘଣ୍ଟି](https://etvbharatimages.akamaized.net/etvbharat/images/768-512-2702675-522-5b9626a6-8048-47e0-9111-37f61fd35513.jpg)
ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
ଭିଡିଓ ସୌଜ୍ୟ- ପ୍ରତିନିଧି, ଭୁବନେଶ୍ୱର
ଅନ୍ୟପଟେ ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ 31 ମିଲିମିଟର ବର୍ଷା, ମୟୁରଭଞ୍ଜରେ 19.0 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଜି ଓ ଆସନ୍ତାକାଲି ଦୁଇଦିନ ପାଇଁ ସତର୍କ ସୂଚନା ଦିଆଯାଇଥିବା ବେଳେ ଆସନ୍ତା 19 ପାଇଁ ମଧ୍ୟ ପୁଣି ସତର୍କ ସୂଚନା ଦିଆଯାଇଛି ।
ତେବେ ରାଜ୍ୟରେ ଏବେବି କିଛି ସ୍ଥାନରେ ଭୟଙ୍କର ତାତି ଅନୁଭୂତ ହୋଇଛି । ଆସନ୍ତା 24 ଘଣ୍ଟାରେ ତାଳଚେରରେ ସର୍ବାଧିକ 39.4 ଡିଗ୍ରୀ, ସୁନ୍ଦରଗଡ଼ରେ ସର୍ବନିମ୍ନ 17 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ