ଓଡିଶା

odisha

ETV Bharat / state

ଅଟୋ ପାଇଁ ରାଜଧାନୀରେ ସ୍ପେଶାଲ ଅପରେସନ

ବଢୁଛି ସହର । ବଢୁଛି ଜନସଂଖ୍ୟା । ଲୋକଙ୍କ ଚାହିଦା ଦେଖି ବଢୁଛି ରାଜଧାନୀରେ ଅଟୋ ସଂଖ୍ୟା । ଯାହାକୁ ନେଇ ଏବେ ସହର ସାରା ଟେନସନ ।

By

Published : Jul 9, 2019, 5:03 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବଢୁଛି ସହର । ବଢୁଛି ଜନସଂଖ୍ୟା । ଲୋକଙ୍କ ଚାହିଦା ଦେଖି ବଢୁଛି ରାଜଧାନୀରେ ଅଟୋ ସଂଖ୍ୟା । ଯାହାକୁ ନେଇ ଏବେ ସହର ସାରା ଟେନସନ । ପାର୍କିଂ ପାଇଁ ଯାଗାର ଅଭାବ । ଅନ୍ୟପଟେ ଅଟୋ ଡ୍ରାଇଭରଙ୍କ ଭୁଲ ପାର୍ଶ୍ବରେ ଏଣ୍ଟ୍ରି ଓ ବେପରୁଆ ଡ୍ରାଇଭିଂ ପାଲଟିଛି ଚିନ୍ତାର କାରଣ । କେତେବେଳେ ଯାତ୍ରୀଙ୍କ ଉପରେ ଜୁଲମ ତ ଆଉ କେତେବେଳେ ଅସାମାଜିକ ଚାଳକଙ୍କ ବଢୁଛି ପ୍ରଦୁର୍ଭାବ । ଏସବୁକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ଆରମ୍ଭ କରିଛି ସ୍ପେଶାଲ ଅପରେସନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଭିନ୍ନ ଟ୍ରାଫିକ ଛକ ଉପରେ ଚେକିଂ ଆରମ୍ଭ କରିଛି କମିସନରେଟ ପୋଲିସ । ଡ୍ରାଇଭିଂ ଲାଇସେନ୍ସଠାରୁ ଆରମ୍ଭ କରି ଗାଡି ରେଜିଷ୍ଟ୍ରେସନ, ଇନସ୍ୟୁରାନ୍ସ ଓ ଫିଟନେସ ଆଦି ଦିଗକୁ ନେଇ ଯାଞ୍ଚ ହୋଇଛି । ଯାହାକୁ ନେଇ ପ୍ରଥମ ଦିନରେ ଏଜି ଛକରେ ଚେକିଂ ବେଳେ 53ରୁ ଉର୍ଦ୍ଧ୍ବ ଅଟୋଠାରୁ ଫାଇନ ଆଦାୟ ହୋଇଛି । ଏନେଇ ଅନେକ ଅଟୋ ଟ୍ରାଫିକ ଥାନାରେ ମଧ୍ୟ ଅଟକ ରଖାଯାଇଛି ।

ହେଲେ ପରେ କାଗଜ ପତ୍ର ଯାଞ୍ଚ କରାଯାଇ ଅଟକ ଅଟୋଗୁଡିକୁ ଛଡାଯାଇଛି । ସୂଚନା ଅନୁସାରେ କେତେକ ଡ୍ରାଇଭର ବିନା ଲାଇସେନ୍ସରେ ଭଡାରେ ଅଟୋ ଆଣି ଚଳାଉଥିବା ଜଣା ପଡିଛି । ଅନେକ ମଧ୍ୟ ଭୁବନେଶ୍ବର ବାହାରୁ ଯେପରି କି ପୁରୀ, କଟକ, ନିମାପଡା ଓ ଖୋର୍ଦ୍ଧାରୁ ଆସି ବେପାର କରି ସନ୍ଧ୍ୟାରେ ଫେରି ଯାଉଛନ୍ତି । ଫଳରେ ଟ୍ରୀଫିକରେ ଭିଡ ପରିଲକ୍ଷିତ ହେଉଛି ।

ତେବେ ଏନେଇ ବିଭିନ୍ନ ଅଟୋ ଆସୋସିଏସନ ସହ ଆଲୋଚନା କରାଯିବ । ଅଟୋ ଚାଳନା କ୍ଷେତ୍ରରେ କିପରି ସୁଧାର ଆସିପାରିବ ସେନେଇ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିସନର ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details