ଓଡିଶା

odisha

ETV Bharat / state

ଫୋକସରେ ଉଚ୍ଚଶିକ୍ଷା, ଅଧ୍ୟାପକଙ୍କୁ ଜଗିବ ବାୟୋମାଟ୍ରିକ - ଉଚ୍ଚଶିକ୍ଷା

କଲେଜମାନଙ୍କର ସ୍ମାର୍ଟ କ୍ଲାସ ରୁମ୍, ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ ନେଇ ସବୁ କଲେଜର ପ୍ରିନସିପାଲଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବିସ୍ତାର ଭାବେ ଆଲୋଚନା କରିଛନ୍ତି । ଏପଟେ ଏଣିକି ଅଧ୍ୟପକଙ୍କୁ ବାୟୋମାଟ୍ରିକ ଜଗିବ ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 29, 2019, 7:13 PM IST

Updated : Jun 30, 2019, 12:00 AM IST

ଭୁବନେଶ୍ବର: ଉଚ୍ଚ ଶିକ୍ଷାରେ ସଂସ୍କାର ଓ ଉନ୍ନତି ପାଇଁ ସରକାର ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଏନେଇ ଶନିବାର ସମସ୍ତ ସରକାରୀ କଲେଜର ପ୍ରିନସିପଲଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କଲେଜ ମାନଙ୍କର ସ୍ମାର୍ଟ କ୍ଲାସ ରୁମ୍, ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ ନେଇ ବିସ୍ତାର ଭାବେ ଆଲୋଚନା କରାଯାଇଛି । ଏହାସହ କଲେଜର ଭିତ୍ତିଭୂମି ଉନ୍ନତି ଓ ପରିଚାଳନା ନେଇ ମଧ୍ୟ ଆଲୋଚନା ହୋଇଛି ।

ପ୍ରତ୍ୟୋକ କ୍ୟାମ୍ପସରେ କିପରି ଆଇନ ଶୃଙ୍ଖଳା ବଜାୟ ରହିବ ସେ ନେଇ ଗୁରୁତ୍ବ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ଅଧ୍ୟାପକଙ୍କ ଅଧ୍ୟାପନ ସମୟସୀମା 5 ଘଣ୍ଟା ଥିବା ବେଳେ ଏହା ସୀମିତ ନୁହେଁ ବୋଲି ଉଚ୍ଚ ଶିକ୍ଷା ସଚିବ ପାର୍ଥ ସାରଥୀ ମିଶ୍ର କହିଛନ୍ତି । ଏଣିକି ଅଧ୍ୟାପକମାନେ ଅନ୍ୟ କାମରେ ସହଯୋଗ କରିବେ । ବିଭିନ୍ନ ସରକାରୀ କର୍ଯ୍ୟକ୍ରମରେ ନୋଡାଲ ଅଫିସର ଭାବେ କର୍ଯ୍ୟ କରିବା ସହ ଇ ଗଭର୍ଣ୍ଣାର୍ସ କାମ , ଆଡମିଶନ କାର୍ଯ୍ୟ କରିବେ । ଏସବୁ କାମକୁ ପ୍ରିନ୍ସିପାଲ୍ ତଦାରଖ କରିବେ ବୋଲି ମିଶ୍ର କହିଛନ୍ତି । ବର୍ତ୍ତମାନ ସୁଦ୍ଧା 16ଟି କଲେଜରେ ବାୟୋମାଟ୍ରିକ ବ୍ୟବସ୍ଥା କରାଯାଇଥିବା ବେଳେ ଖୁବ ଶିଘ୍ର ଅନ୍ୟ କଲେଜମାନଙ୍କରେ ବାୟୋମାଟ୍ରିକ ଲଗାଯିବ ବୋଲି ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jun 30, 2019, 12:00 AM IST

ABOUT THE AUTHOR

...view details