ଓଡିଶା

odisha

ETV Bharat / state

ଭାରତୀୟ ବାୟୁସେନାକୁ ନବୀନଙ୍କ ସଲ୍ୟୁଟ - pm

ଭାରତୀୟ ବାୟୁସେନା(ଆଇଏଏଫ)ର ଗୋଟିଏ ମାଡରେ ପୁରା ପାକିସ୍ତାନ ସାବାଡ । ମିରାଜ-2000ର ବୋମା ବର୍ଷାରେ ନିପାତ ହୋଇଛନ୍ତି 3ଶହରୁ ଉର୍ଦ୍ଧ୍ବ ଆତଙ୍କବାଦୀ । ଭାରତୀୟ ସେନାର ଏଭଳି କାର୍ଯ୍ୟାନୁଷ୍ଠାନକୁ ବାଃ ବାଃ କରିଛନ୍ତି ସମସ୍ତେ ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

By

Published : Feb 26, 2019, 5:08 PM IST

ଭୁବନେଶ୍ବର: ପାକିସ୍ତାନ ସ୍ଥିତ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତୀୟ ବାୟୁସେନାର ଆକ୍ରମଣ । ନିୟନ୍ତ୍ରଣ ରେଖା ପାର କରି ପିଓକେରେ ପଶି ଆତଙ୍କବାଦୀଙ୍କ କ୍ୟାମ୍ପ ଉପରେ ଏକ ହଜାର କିଲୋଗ୍ରାମରୁ ଅଧିକ ବୋମା ପକାଯାଇଛି ବାୟୁ ସେନାର ଲଢୁଆ ବିମାନ ମିରାଜ-2000 । 3 ଶହରୁ ଉର୍ଦ୍ଧ୍ବ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପୂରା ପାକିସ୍ତାନକୁ ଦୋହଲାଇ ଦେଇଛି ଏହି ଆକ୍ରମଣ । ଆଉ ଏହା ପରେ ଭାରତୀୟ ବାୟୁସେନା ଏବଂ ଭାରତ ସରକାରଙ୍କ ଏଭଳି ପକ୍ଷକ୍ଷେପକୁ ସମସ୍ତ ମହଲରେ ତାରିଫ କରାଯାଉଛି ।

ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଭାରତୀୟ ବାୟୁସେନାକୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତୀୟ ବାୟୁସେନାର ଆକ୍ରମଣକୁ ମୁଁ ସାଲ୍ୟୁଟ କରୁଛି । ଦେଶର ସୁରକ୍ଷା ପାଇଁ ଏହି ଏୟାର ଷ୍ଟ୍ରାଇକକୁ ଭୂୟସୀ ପ୍ରଂଶସା କରିଛନ୍ତି ନବୀନ ପଟ୍ଟନାୟକ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ABOUT THE AUTHOR

...view details