ଓଡିଶା

odisha

ETV Bharat / state

ରାଜ୍ୟସଭା ଉପନିର୍ବାଚନ: ପ୍ରକାଶ ପାଇଲା ବିଜ୍ଞପ୍ତି, ଜୁଲାଇ 5ରେ ନିର୍ବାଚନ

ଆସନ୍ତା ଜୁଲାଇ 5ରେ ହେବାକୁ ଯାଉଛି ରାଜ୍ୟସଭା ଉପନିର୍ବାଚନ। ଏହି ଦିନ ରାଜ୍ୟର 3ଟି ଆସନ ପାଇଁ ହେବ ଭୋଟ।

By

Published : Jun 18, 2019, 12:50 PM IST

Updated : Jun 18, 2019, 2:21 PM IST

ଫାଇଲ ଫଟୋ

ଭୁବନେଶ୍ବର: ଆସନ୍ତା ଜୁଲାଇ 5 ତାରିଖରେ ହେବାକୁ ଯାଉଛି ରାଜ୍ୟସଭା ଉପନିର୍ବାଚନ। ଏହି ଦିନ ରାଜ୍ଯର ଖାଲି ପଡୁଥିବା 3ଟି ଆସନ ପାଇଁ ହେବ ଭୋଟ୍। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଠାରୁ ଆଶାୟୀ ପ୍ରାର୍ଥୀ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରି ପାରିବେ। ଜୁନ 25 ତାରିଖ ହେଉଛି ନାମାଙ୍କନ ଦାଖଲର ଶେଷ ଦିନ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସମୟ ସୀମା ଧାର୍ଯ୍ୟ କରିଛନ୍ତି।

ଆଜି ଠାରୁ 25 ତାରିଖ ପର୍ଯ୍ୟନ୍ତ ଦିନ 11ଟା ରୁ 3ଟା ମଧ୍ୟରେ ନିଜର ପ୍ରସ୍ତାବକଙ୍କ ସହ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ଆଶାୟୀ। ଜୁନ 26 ତାରିଖରେ ଦାଖଲ ହୋଇଥିବା ନାମାଙ୍କନ ପତ୍ରର ହେବ ଯାଞ୍ଚ। ସେହିଦିନ ମଧ୍ୟ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ଆଶାୟୀ ପ୍ରାର୍ଥୀ। ବିଜେଡିର ପ୍ରତାପ ଦେବ ବିଧାନସଭାକୁ , ଅଚ୍ୟୁତ ସାମନ୍ତ ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକ ଲୋକସଭାକୁ ନିର୍ବାଚିତ ହେବା ପରେ ସେମାନଙ୍କର ଆସନ ଖାଲିପଡୁଛି।


କାରଣ ସେମାନେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାତନରେ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଛନ୍ତି। ଅନ୍ୟପଟେ ସାମ୍ବଧାନିକ ବିଧିବ୍ୟବସ୍ଥା ଅନୁସାରେ କୌଣସି ନିର୍ବାଚିତ ଜନପ୍ରତିନିଧି ଏକ ସମୟରେ ଦୁଇଟି ଗୃହରେ ପ୍ରତିନିଧିତ୍ୱ କରିପାରିବେ ନାହିଁ।

ଭୁବନେଶ୍ବରରୁ ତପନ ଦାସ ଏବଂ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jun 18, 2019, 2:21 PM IST

ABOUT THE AUTHOR

...view details