ଓଡିଶା

odisha

ETV Bharat / state

ଇସ୍କନ ମନ୍ଦିରରେ ପବିତ୍ର ରଥଯାତ୍ରା, ଅପରାହ୍ଣ 3ଟାରେ ରଥ ଟଣା ଆରମ୍ଭ - iskon

ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଭୁବନେଶ୍ବର ଇସ୍କନ ମନ୍ଦିରର ରଥ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Jul 3, 2019, 10:36 PM IST

ଭୁବନେଶ୍ବର: ରାତି ପାହିଲେ ପବିତ୍ର ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ସମଗ୍ର ରାଜ୍ୟ । ଗାଁ ଠାରୁ ସହର ସବୁଠି ରଥ, ପଥ ଓ ଭକ୍ତ ପ୍ରସ୍ତୁତ । କିଭଳି ଭକ୍ତମାନେ ଭଲ ଜାଗାରେ ଦର୍ଶନ କରିବେ, ସେ ନେଇ ମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତି ସରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅନ୍ୟପଟେ ରାଜଧାନୀ ଭୁବନେଶ୍ବରର ନୟାପଲ୍ଲୀରେ ଥିବା ଇସ୍କନ ମନ୍ଦିରରେ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ଏଥିପାଇଁ ମନ୍ଦିରରେ ବୁଧବାର ଠାରୁ ଭିଡ଼ ଦେଖିବାକୁ ମିଳିଛି । ତେବେ ଗୁରୁବାର ସକାଳ 9 ଟାରେ ରଥ ପୂଜା ହେବା ସହ 11ଟାରେ ପହଣ୍ଡି ଓ 3ଟା ସମୟରେ ରଥ ଟଣା ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ରଥଟଣା ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେ ନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।


ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details