ଭୁବନେଶ୍ବର: ଯୁକ୍ତ ୨ ପରିଷଦ ପକ୍ଷରୁ ପ୍ରଥମ ପର୍ଯ୍ୟାୟର ମୂଲ୍ୟାୟନ ଆରମ୍ଭ ହୋଇଛି । ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ଵିତୀୟ ପର୍ଯ୍ୟାୟର ମୂଲ୍ୟାୟନ ୨୩ ତାରିଖରୁ ଆରମ୍ଭ ହେବ। ତେବେ ଯେଉଁ ଜିଲ୍ଲାରେ ନିର୍ବାଚନ ରହିଛି ୪ ଦିନ ଧରି ଏହା ବନ୍ଦ ରହିବ। ସମୂଦାୟ ୫୮ଟି ଅଫ୍ ଲାଇନ୍ ପରୀକ୍ଷା କେନ୍ଦ୍ର ଓ ୩୭ଟି ଅନଲାଇନ ମୂଲ୍ୟାୟନ କେନ୍ଦ୍ର କରାଯାଇଛି ।
ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ଅନଲାଇନ ୩ଟି ନୂଆ ସ୍ଥାନରେ ହୋଇଛି। ଆନନ୍ଦପୁର, କୁଚିଣ୍ଡା କଲେଜ, ଖରିଆର କଲେଜ ୩ଟିରେ ନୂଆ କେନ୍ଦ୍ର କରାଯାଇଛି। ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସୁବିଧା ପାଇଁ ଭୁବନେଶ୍ୱରର ବିଜେବି କଲେଜ, ମହର୍ଷି କଲେଜ ଓ ରାଜଧାନୀ କଲେଜରେ ମଧ୍ୟ ୩ଟି କେନ୍ଦ୍ର କରାଯାଇଛି ।
ପ୍ରଥମ ପର୍ଯ୍ୟାୟ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ୩୫୯୦ ଜଣ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ପିଲାଙ୍କର ମୂଲ୍ୟାଙ୍କନ କରିବା ପାଇଁ ନିଯୁକ୍ତି କରାଯାଇଛି। ଏହାବ୍ୟତୀତ ଅଫ୍ ଲାଇନରେ ରାଜନୀତି ବିଜ୍ଞାନ, ହିନ୍ଦୀ, ଉର୍ଦ୍ଦୁ, ଓଡ଼ିଆ ଓ ସଂସ୍କୃତ ଇତ୍ୟାଦି ଏଥିରେ ୪୧୩୨ ଜଣ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନିଯୁକ୍ତ କରାଯାଇଛି ।