ଓଡିଶା

odisha

ETV Bharat / state

ଆସନ୍ତା 6ରୁ ଯୁକ୍ତ 2 ନାମଲେଖା ପ୍ରକ୍ରିୟା ଆରମ୍ଭ

ଗୁରୁବାରରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା । ଏହା ପରେ ଜୁଲାଇ 24ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷର କ୍ଲାସ୍ ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Jun 3, 2019, 3:44 PM IST

Updated : Jun 3, 2019, 6:07 PM IST

ଭୁବନେଶ୍ବର: ଆସନ୍ତା ଗୁରୁବାରରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା । ମ୍ୟାଟ୍ରିକରେ କୃତକାର୍ଯ୍ୟ ଛାତ୍ରଛାତ୍ରୀମାନେ ଜୁନ 6 ରୁ 20 ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଏହା ପରେ ଜୁଲାଇ 24ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷର କ୍ଲାସ୍ ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର


ଆବେଦନ ସରିବା ପରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଜୁନ 26 ରେ ବାହାରିବ । ପ୍ରଥମ ପର୍ଯ୍ୟାୟର ନାମଲେଖା ପ୍ରକ୍ରିୟା ଜୁନ 28ରୁ ଜୁଲାଇ 7 ମଧ୍ୟରେ କରାଯିବ। ସେହିପରି ଦ୍ଵିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ୍ ଜୁଲାଇ 8 ତାରିଖରେ ପ୍ରକାଶ ପାଇବ। ଏହା ପରେ ପୁଣି ଜୁଲାଇ 9 ରୁ 11 ତାରିଖ ମଧ୍ୟରେ ନାମଲେଖ ହେବ । ଶେଷରେ ଜୁଲାଇ 20 ରୁ 22 ତାରିଖ ପର୍ଯ୍ୟନ୍ତ ସ୍ପଟ୍ ନାମଲେଖା ପର୍ଯ୍ୟାୟ ଆରମ୍ଭ ହେବ। ଏଭଳି ଭାବେ ସମସ୍ତ ନାମଲେଖା ସରିବା ପରେ ଜୁଲାଇ 24 ତାରିଖରୁ କ୍ଲାସ ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

ସୋମବାର ଯୁକ୍ତ 2 ବିଜ୍ଞାନ ଫଳାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ମୋଟ 97 ହଜାର 750 ପିଲା ପରୀକ୍ଷା ଦେଇଥିବାବେଳେ 72.33 ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ଏଥର ଛାତ୍ରୀମାନେ ଛାତ୍ରଙ୍କ ଠାରୁ ଆଗୁଆ ରହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jun 3, 2019, 6:07 PM IST

ABOUT THE AUTHOR

...view details