ଓଡିଶା

odisha

ETV Bharat / state

ସିଝୁଛି ସ୍ମାର୍ଟ ସିଟି, ବଢୁଛି ଥଣ୍ଡା ପାନୀୟର ଚାହିଦା

ଖରା ବଢିବାରେ ଲାଗୁଛି । ରାଜଧାନୀରେ ତାପମାତ୍ରା 40 ଡିଗ୍ରୀ ପାଖାପାଖି ଛୁଇଁଥିବା ବେଳେ ଲୋକେ ଥଣ୍ଡା ପାନୀୟ ପ୍ରତି ମନ ବଳାଉଛନ୍ତି । ସେ ପଇଡ ହେଉକି ଲସି ସବୁଠି ଲୋକଙ୍କ ଭିଡ ଜମିଲାଣି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବ

By

Published : Mar 25, 2019, 3:58 PM IST

ଭୁବନେଶ୍ବର: ଶୀତ ଯିବା ପରେ ଏବେ ପ୍ରକୃତି ବକ୍ଷରେ ପତ୍ରଝଡାର ସମୟ । ଫଗୁଣର ଆଗମନ ସାଙ୍ଗକୁ ବୃଦ୍ଧି ପାଉଛି ସୂର୍ଯ୍ୟଙ୍କ ପ୍ରକୋପ । କିଛି ଦିନ ପୂର୍ବରୁ ଖରାର ସ୍ପର୍ଶ ପାଇଁ ବ୍ୟାକୁଳ ହେଉଥିବା ମଣିଷ ଏବେ ଶୀତଳତା ଖୋଜୁଛି । କିଏ ଆଖୁରସ ତ କିଏ ପଇଡ ପାଣି ପିଇ ଶୋଷ ମେଣ୍ଟାଉଥିବା ବେଳେ କାହାର ପସନ୍ଦ ଲସି ପାଲଟିଛି । କେବଳ ସେତିକି ନୁହେଁ, ଖରା ଦାଉରୁ ବଞ୍ଚିବା ପାଇଁ ରାସ୍ତା କଡରେ ବିକ୍ରି ହେଉଛି ଧଳା ପୋଷାକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବ

ପୂର୍ଣ୍ଣମାତ୍ରାରେ ରୌଦ୍ର ତାପ ଦେଖା ଦେଇନଥିଲେ ସୁଦ୍ଧା ଏବେ ଠାରୁ ସଜାଗ ହେଲେଣି ଲୋକେ । ଭୁବନେଶ୍ୱରର ତାପମାତ୍ରା ଏବେ ବୃଦ୍ଧି ପାଇ 38 ଡିଗ୍ରୀ ପାଖାପାଖି ପହଁଚିଥିବା ସୂଚନା ମିଳିଛି। ଆଉ ଗ୍ରାହକଙ୍କ ଚାହିଦା ଦେଖି ବୃଦ୍ଧି ପାଉଛି ବ୍ୟବସାୟ । ଯାହାକୁ ନେଇ ବେପାରୀ ଭାଇନା ମଧ୍ୟ ବେଶ ଖୁସି ଥିବାର ଜଣାଯାଏ ।

ଆଗକୁ ଆହୁରି ଗ୍ରୀଷ୍ମ ପ୍ରଭାବ ବୃଦ୍ଧି ହେବାକୁ ଥିବା ବେଳେ ଗ୍ରାହକଙ୍କ ଚାହିଦାରେ ଅବହେଳା କରୁନାହାନ୍ତି ବ୍ୟବସାୟୀ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details