ଓଡିଶା

odisha

By

Published : May 30, 2019, 10:27 PM IST

ETV Bharat / state

ବିରୋଧିଙ୍କ ମୁହଁରେ ନବୀନଙ୍କ ପ୍ରଶଂସା

ଓଡିଶା ଗସ୍ତରେ ଆସିଥିବା ରାଜ୍ୟ କଂଗ୍ରେସର ସହପ୍ରଭାରୀ ଟିଏସ ସିଂ ଦେଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି।

ଫଟୋ ସୌଜନ୍ୟ: ଟ୍ୱିଟର@INCOdisha

ଭୁବନେଶ୍ବର: ଚଳିତ ଥରକୁ ମିଶାଇ ଲଗାତାର ଭାବେ 5 ଥର ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ନବୀନ ପଟ୍ଟନାୟକ । ଏଥିପାଇଁ ତାଙ୍କୁ ଦେଶର ବିଭିନ୍ନ ଭାଗରୁ ଶୁଭେଚ୍ଛା ଜଣାଉଛନ୍ତି ଅନେକ ବ୍ୟକ୍ତିବିଶେଷ । ଯାହାଙ୍କ ମଧ୍ୟରେ ରହିଛନ୍ତି ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ସମତେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ । ନବୀନଙ୍କୁ ପ୍ରଶଂସା କରିବାରେ ପଛରେ ପଡିନି ବିରୋଧି କଂଗ୍ରେସ ।

ଓଡିଶା କଂଗ୍ରେସର ସହପ୍ରଭାରୀ ତଥା ଛତିଶଗଡର ସ୍ବାସ୍ଥ୍ୟମନ୍ତ୍ରୀ ଟିଏସ ସିଂ ଦେଓ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି । ଏନେଇ ସେ କହିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ଜଣେ ଲୋକପ୍ରିୟ ନେତା । ଦୀର୍ଘ 19 ବର୍ଷ ଧରି କ୍ରମାଗତ ଭାବେ ଶାସନରେ ଥିବାରୁ ତାଙ୍କ ପ୍ରତି ଲୋକଙ୍କ ଉଦାର ମନୋଭାବ ରହିଛି । ନହେଲେ ଓଡ଼ିଆ ଜାଣି ନଥିବା ଜଣେ ନେତା ଏତେ ବର୍ଷ ଧରି କିପରି କ୍ଷମତାରେ ରହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିର୍ବାଚନ ପୂର୍ବରୁ ଓଡିଶା କଂଗ୍ରେସର ନେତା କହୁଥିଲେ ଯେ ରାଜ୍ୟରେ ନବୀନ ବିରୋଧି ହାୱା ରହିଛି । ଏହାର ବିକଳ୍ପ ଭାବେ ନିଜକୁ ପ୍ରମାଣିତ କରିବାରେ ବିଫଳ ହୋଇଛି ଦଳ । ଯାହା ଚଳିତ ନିର୍ବାଚନରେ ସ୍ପଷ୍ଟ ହୋଇଯାଇଛି। କୁହୁଡି ପହଁରିବା ଭଳି ଅବସ୍ଥାରେ ଥିବା କଂଗ୍ରେସ ଏବେ ମାଟି କାମୁଡିବା ପରେ ନବୀନ ଯେ ଲୋକପ୍ରିୟ ନେତା ଏହା ସ୍ବୀକାର କରିବାକୁ ବାଧ୍ୟ ହୋଇଛି ।

2019 ନିର୍ବାଚନରେ ରାଜ୍ୟ କଂଗ୍ରେସର ବିପର୍ଯ୍ୟୟ କାହିଁକି ହେଲା ଏନେଇ ସମୀକ୍ଷା କରିବାକୁ ଓଡିଶା ଗସ୍ତରେ ଆସିଥିଲେ ଓଡିଶା କଂଗ୍ରେସର ସହପ୍ରଭାରୀ ଟିଏସ ସିଂ ଦେଓ । ତାଙ୍କ ଏପରି ମନ୍ତବ୍ୟ ଆସିବା ପରେ ଦଳର ଭୂମିକା ଆଗମୀ ଦିନରେ କଣ ରହିବ ତାହା ଚର୍ଚ୍ଚାର ବିଷୟ ପାଲଟିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details