ଓଡିଶା

odisha

ETV Bharat / state

ଚାଉଳ ବଳୁଛି, ବାକି ପଡୋଶୀ ଯୋଗାଉଛି

ରାଜ୍ୟରେ ଚାଉଳ ଯଥେଷ୍ଟ ପରିମାଣରେ ଉତ୍ପାଦନ ହେଉଥିବା ବେଳେ ଅନ୍ୟ ସବୁ କ୍ଷେତ୍ରରେ ନିଅଣ୍ଟିଆ ସ୍ଥିତି । ଯାହାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ଉଭୟ ଶାସକ ଓ ବିରୋଧୀ ।

By

Published : Jul 17, 2019, 12:19 PM IST

Updated : Jul 17, 2019, 3:27 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଚାଉଳକୁ ଛାଡିଦେଲେ ବାକି ସବୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ରାଜ୍ୟରେ ଆଳୁ ମିଶନ ଫେଲ ମାରିଛି। ଯେଉଁ ଲକ୍ଷ୍ୟ ନେଇ ମିଶନ ଗଠନ ହୋଇଥିଲା ତା ସାଧନ ହୋଇ ପାରିଲା ନାହିଁ। ରାଜ୍ୟରେ ଆଳୁ 2.94 ଲକ୍ଷ ମେଟ୍ରିକ ଉତ୍ପାଦନ ହେଉଛି। ହେଲେ ଆବଶ୍ୟକତା 12 ଲକ୍ଷ ମେଟ୍ରିକ ଟନ। ସେହିପରି ପିଆଜ ରାଜ୍ୟରୁ 3.74 ଲକ୍ଷ ମେଟ୍ରିକ ଟନ ଚାହିଦା ରହିଛି। ହେଲେ ଉତ୍ପାଦନ ହେଉଛି 3.41 ଲକ୍ଷ ମେଟ୍ରିକ ଟନ। ଏନେଇ ଗୃହରେ କୃଷିମନ୍ତ୍ରୀଙ୍କ ତରଫରୁ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଳୁ ମିଶନ ଅବଧି ସରିଛି। ହେଲେ ଉତ୍ପାଦନ ଯେଉଁ ଭଳି ହେବା କଥା ତାହା ହୋଇ ନାହିଁ। ପୂର୍ବରୁ 15 ହଜାର ହେକ୍ଟର ଜମିରେ ଆଳୁ ଚାଷ ହେଉଥିଲା । ଏବେ 25 ହେକ୍ଟରକୁ ବଢିଛି। ସେହିପରି ଉତ୍ପାଦନ 1 ଲକ୍ଷ 312 ହଜାର ମେଟ୍ରିକ ଟନରୁ 2 ଲକ୍ଷ 880 ମେଟ୍ରିକ ଟନ ଉତ୍ପାଦନ ହେଉଛି। ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାକୁ ସ୍ୱାବଲମ୍ବୀ କରିବା ପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ସହାୟତାରେ ଆଳୁ ମିଶନ୍‍ ଆରମ୍ଭ କରାଯାଇଥିଲା । ତାହାର ଫଳ ୫ ବର୍ଷ ଭିତରେ ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି । ଯେଉଁଥିପାଇଁ ଏବେବି ଆଳୁ ଲାଗି ଓଡ଼ିଶାକୁ ପଶ୍ଚିମବଙ୍ଗ ସମେତ ଆଉ କେତେକ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି ।

ଓଡ଼ିଶା ସରକାର ୨୦୧୪-୧୫ ବର୍ଷରେ ଆଳୁ ମିଶନ୍‍ ଆରମ୍ଭ କରିଥିଲେ । ଏହାର ଯେଉଁ ବର୍ଷ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ସେହି ଅନୁଯାୟୀ ଆଳୁ ଉତ୍ପାଦନ ହୋଇଥିଲେ ୨୦୧୭-୧୮ ବେଳକୁ ଏ କ୍ଷେତ୍ରରେ ରାଜ୍ୟ ସ୍ୱାବଲମ୍ବନଶୀଳ ହେବା କଥା । କିନ୍ତୁ ମିଶନ୍‍ର କୌଣସି ଗୋଟିଏ ବର୍ଷର ଉତ୍ପାଦନ ଲକ୍ଷ୍ୟ ହାସଲ କରାଯାଇପାରିନାହିଁ । ଓଡ଼ିଶା ପାଇଁ ବାର୍ଷିକ ପ୍ରାୟ ୧୨ ଲକ୍ଷ ଟନ୍‍ ଆଳୁର ଆବଶ୍ୟକତା ରହିଥିବା ବେଳେ ଏହାର ମୁଖ୍ୟାଂଶ ଅନ୍ୟ ରାଜ୍ୟରୁ ଆଣିବାକୁ ପଡ଼ୁଛି।

୨୦୧୪-୧୫ ବର୍ଷରେ ୨,୭୪,୫୦୦ ମେଟ୍ରିକ୍‍ ଟନ୍‍, ୨୦୧୫-୧୬ ବର୍ଷରେ ୫,୨୮,୦୦୦ ମେଟ୍ରିକ୍‍ ଟନ୍‍, ୨୦୧୬-୧୭ ବର୍ଷରେ ୮,୦୯,୭୫୦ ମେଟ୍ରିକ୍‍ ଟନ୍‍ ଓ ୨୦୧୭-୧୮ ବର୍ଷରେ ୧୧,୧୨,୦୦୦ ମେଟ୍ରିକ୍‍ ଟନ୍‍ ଆଳୁ ଉତ୍ପାଦନ ପାଇଁ ମିଶନ ରହିଥିଲା । ୨୦୧୪-୧୫ ବର୍ଷରେ ୧୬ ହଜାର ହେକ୍ଟର ଜମିରେ ଆଳୁଚାଷ ଲକ୍ଷ୍ୟ ଥିବା ବେଳେ ପରବର୍ଷ ଏହା ୩୦ ହଜାର, ୨୦୧୬-୧୭ ବର୍ଷରେ ୪୫ ହଜାର ଓ ୨୦୧୭-୧୮ ବର୍ଷରେ ୬୦ ହଜାର ହେକ୍ଟରକୁ ବୃଦ୍ଧି ପାଇବ ବୋଲି ଲକ୍ଷ୍ୟ ରଖାଯାଇଥିଲା ।

ସେହିପରି ରାଜ୍ୟରେ ବହୁମୁଖୀ ଶୀତଳ ଭଣ୍ଡାର 128 ରହିଛି। 80ଟି ଅଚଳ, 48 ସଚଳ ରହିଛି। ନୂଆ ବୈଷୟିକ ଜ୍ଞାନ କୌଶଳ ଜରିଆରେ ନୂଆ ଶୀତଳ ଭଣ୍ଡାର କାମ ହେବା ପାଇଁ ଯୋଜନା ରହିଛି। ତେବେ ଏହି ପ୍ରସଙ୍ଗରେ ଆଜି ଉଭୟ ସରକାରୀ ଓ ବିରୋଧୀ ଦଳ ବିଧାୟକ ବିଧାନସଭାରେ ଉଦବେଗ ପ୍ରକାଶ କରିଥିଲେ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jul 17, 2019, 3:27 PM IST

ABOUT THE AUTHOR

...view details