ଭୁବନେଶ୍ବର: ଦଳ ଉପରେ ପଡିଥିବା ଶନିଦଶାରୁ ମୁକୁଳି ପାରୁନାହିଁ ଓଡିଶା କଂଗ୍ରେସ। ଜଣଙ୍କ ପରେ ଜଣେ ନେତା ଦଳକୁ ବାଏ ବାଏ କହିବାରେ ଲାଗିଛନ୍ତି। ଖାସ୍ କରି ଦଳର ମହିଳା ଶାଖା ନିର୍ବାଚନ ପୂର୍ବରୁ ଭାଙ୍ଗିଯିବା ଅବସ୍ଥାରେ ପ୍ରାୟ ପହଞ୍ଚି ସାରିଲାଣି । କିଛି ଦିନ ପୂର୍ବରୁ ଏହାର ସଭାନେତ୍ରୀ ସୁମିତ୍ରା ଜେନା ଦଳ ଛାଡି ବିଜେଡିରେ ସାମିଲ ହୋଇ ସାରିଛନ୍ତି ।
କଂଗ୍ରେସକୁ ଝଟକା: ଦଳ ଛାଡିଲେ ସୋନାଲୀ - odisha congress
ଗୁରୁବାର ଦଳର ସାଧାରଣ ସମ୍ପାଦକ ତଥା ଦଳୀୟ ମୁଖପାତ୍ର ସୋନାଲୀ ସାହୁ କଂଗ୍ରେସକୁ ବାଏ ବାଏ କହିଛନ୍ତି। ଦଳ ଛାଡିବାର କାରଣ ଦଳୀୟ ନେତୃବୃନ୍ଦ ବୋଲି ସେ ଦର୍ଶାଇଛନ୍ତି।
ଫଟୋ ସୌଜନ୍ୟ: FACEBOOK@Sonali Sahoo
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଈଟିଭି ଭାରତ
Last Updated : Apr 11, 2019, 3:08 PM IST